ନୂଆଦିଲ୍ଲୀ,୧।୭:ପ୍ରଶ୍ନପତ୍ର ପ୍ରଘଟ ପରେ ପୁନର୍ବାର ଅନୁଷ୍ଠିତ ହୋଇଥିବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ୟୁଜି ଫଳାଫଳ ପ୍ରକାଶ ପାଇଛି। NEET-UG ୨୦୨୪ର ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି। ଜୁନ ୨୩ରେ ରିଟେଷ୍ଟ ଦେଇଥିବା ପିଲାଙ୍କ ରେଜଲ୍ଟ ମଧ୍ୟ ପ୍ରକାଶିତ ହୋଇଛି। ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା ତାଲିକା ପ୍ରକାଶ। ଏନ୍ଟିଏ ପକ୍ଷରୁ ସଂଶୋଧିତ ମେଧା ତାଲିକା ନେଇ ସୂଚନା ଜାରି କରାଯାଇଛି।
NEET UGର ପୁନଃ ପରୀକ୍ଷା ଜୁନ ୨୩ରେ କରାଯାଇଥିଲା। ଏହାର ଫଳାଫଳ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥୀମାନେ ପରୀକ୍ଷା ଦେଇଛନ୍ତି ସେମାନେ NTAର ଅଫିସିଆଲ ୱେବସାଇଟ exam.nta.ac.inକୁ ଯାଇ ଫଳାଫଳ ଯାଞ୍ଚ କରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |