ପୁରୀ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ

ପୁରୀ, ୨।୭:  ଆସନ୍ତା ୭ ତାରିଖରେ  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସେଥିଲାଗି ଜୋରସୋରରେ ଲାଗି ପଡ଼ିଛି ପ୍ରଶାସନ । ଏଥି ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଘନ ଘନ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି।ଏଥର ପୁରୀ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ । ପୁରୀରେ ସମୀକ୍ଷା ପରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା । ‘୪ ଅତିରିକ୍ତ ଡିଜି, ୬ ଆଇଜି ଓ ଡିଆଇଜି ପାହ୍ୟା ଅଧିକାରୀ ରହିବେ । ୧୯ ଏସ୍‌ପି ପାହ୍ୟାର, ଡିଏସ୍‌ପି ପାହ୍ୟାର ୭୫ ଜଣ ମୁତୟନ ହେବେ ।’ଚଳିତ ରଥ ଯାତ୍ରା ସମୟରେ ବ୍ଲାଙ୍କେଟ୍ ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର। ରଥଯାତ୍ରା ସୁରକ୍ଷାର ସମୀକ୍ଷା କରି ଏପରି କହିଛନ୍ତି ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ। ଏଥର ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ। ଏନେଇ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ପୁଲିସ ଡିଜି ।ବ୍ଲାଙ୍କେଟ୍ ସୁରକ୍ଷା ବ୍ୟବସ୍ଥାରେ ୪ ଜଣ ଅତିରିକ୍ତ ଡିଜି, ୬ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀ ରହିବେ। ଏଥିସହ ୧୯ ଏସପି ବା କମାଣ୍ଡାଣ୍ଟ ପାହ୍ୟା, ୩୩ ଜଣ ଅତିରିକ୍ତ SP ବା ଡେପୁଟି କମାଣ୍ଡାଣ୍ଟ ପାହ୍ୟା, ୭୫ ଜଣ ଡିଏସପି ବା କମାଣ୍ଡର ପାହ୍ୟା, ୧୩୦ ଇନ୍ସପେକ୍ଟର, ୬୭୫ SI ଓ ASI ପାହ୍ୟା ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ।ସେହିପରି ରଥଯାତ୍ରାର ସୁପରିଚାଳନା ପାଇଁ ୯୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ୯୦ ଜଣ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର । ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖଙ୍କ ସମେତ ୯୦ ଜଣ ଏହି ଦାୟିତ୍ୱରେ ରହିବେ । ସରକାରଙ୍କ ତରଫରୁ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!