ନୂଆଦିଲ୍ଲୀ,୩ା୭: ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭାଗୁଡ଼ିକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ ବୋଲି ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି। ଏହା ବନ୍ଦ ନ ହେଲେ ଦିନେ ଦେଶର ସଂଖ୍ୟାବହୁଳ ସଂଖ୍ୟାଲଘୁରେ ପରିଣତ ହୋଇଯିବ ବୋଲି ଜଷ୍ଟିସ୍ ରୋହିତ ରଞ୍ଜନ ଅଗ୍ରଓ୍ବାଲଙ୍କ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି। ଅନେକ ଲୋକଙ୍କୁ ଧର୍ମାନ୍ତରୀକରଣ କରାଇବାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ କୈଳାସଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ଅବସରରେ ଖଣ୍ଡପୀଠ ଏହା କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |