ଆଜିଠୁ ଲାଗୁହେବ ଜିଓର ନୂଆ ପ୍ଲାନ୍

ମୁମ୍ବାଇ,,୩ା୭: ଆଜିଠୁ ଲାଗୁହେବ ଜିଓର ନୂଆ ପ୍ଲାନ୍ । ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନର ହେବ ଶୁଳ୍କ ବୃଦ୍ଧି । ଦେଶର ବୃହତ୍ତମ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ଇନଫୋକମ୍ ଆଜିଠୁ ମୋବାଇଲ୍ ଶୁଳ୍କ ବୃଦ୍ଧି କରିବା ନେଇ ଘୋଷଣା କରିଛି । ନୂତନ ଶୁଳ୍କ ଯୋଜନା ଅନୁଯାୟୀ, ୨୮ ମାସର ବୈଧତାର ମାସିକ ଯୋଜନା ପାଇଁ ୧୫୫ ଟଙ୍କା ଦେବାକୁ ପଡୁଥିଲା, ବର୍ତ୍ତମାନ ୧୮୯ ଟଙ୍କା ଦେବାକୁ ପଡିବ ଏବଂ ଏହି ଯୋଜନାରେ ୨ ଜିବି ଡାଟା ଉପଲବ୍ଧ ହେବ ।୨୮ ଦିନର ବୈଧତା ସହିତ ୨୦୯ ଟଙ୍କା ଯୋଜନା ପାଇଁ, ୨୪୯ ଟଙ୍କା ଦେବାକୁ ପଡିବ ଯେଉଁଥିରେ ୧ ଜିଡି ଡାଟା ରହିବ । ୩୯୯ ଟଙ୍କା ପ୍ଲାନ ପାଇଁ, ୪୪୯ ଟଙ୍କା ଦେବାକୁ ପଡିବ ଯେଉଁଥିରେ ଆପଣ ୩ ଜିବି ଡାଟା ରହି । ଅନ୍ୟପଟେ ୨ ଜିବି କିମ୍ୱା ତାଠାରୁ ଅଧିକ ଡାଟା ଥିବା ପ୍ଲାନରେ ଅସୀମିତ ଫାଇଭ-ଜି ଡାଟା ହେବ ଉପଲବ୍ଧ ହେବ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!