୮ରେ ଖୋଲିପାରେ ରତ୍ନଭଣ୍ଡାର , ଆସୁଛନ୍ତି ଜଷ୍ଟିସ ଅରଜିତ୍ ପଶାୟତ

ପୁରୀ,୩।୭: ଆସନ୍ତା ଜୁଲାଇ ୮ରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ମଣତି କାମ । ଜୁଲାଇ ୮ରୁ ୨୭ ତାରିଖ, ୨୦ ଦିନ, ଯାଏଁ ଚାଲିବ ରତ୍ନଭଣ୍ଡାର ଗଣତି ମଣତି ଓ ଯାଞ୍ଚ କାମ । ସେହିପରି ଜୁଲାଇ ୫ ତାରିଖରେ ତଦାରଖ କମିଟି ବୈଠକ ଅନୁଷ୍ଠିତ ହେବ ।ଆସନ୍ତା ୪ ତାରିଖରେ ଓଡ଼ିଶା ଆସୁଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ । ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍‌ ପଶାୟତ ଆସନ୍ତା ୪ ତାରିଖ ଦିନ ଓଡ଼ିଶାରେ ପହଞ୍ଚିବେ ଓ ୫ ତାରିଖରେ ଯାଞ୍ଚ କମିଟି ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଜୁଲାଇ ୮ରୁ ୨୭ ତାରିଖ ଯାଏଁ ୧୯ଦିନ ଧରି ରତ୍ନଭଣ୍ଡାର ଯାଞ୍ଚ କରିବେ। ଏହି ସମୟରେ ଅଳଙ୍କାର ଗଣନା ହେବା ନେଇ ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!