ନୂଆଦିଲ୍ଲୀ,୩ା୭:ଉତ୍ତରପ୍ରଦେଶର ହାଥରସ୍ ଜିଲାର ପୁଲରାଇ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସତ୍ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଛୋଟ ପିଲା। ଆହତମାନଙ୍କୁ ହାଥରସ୍ ଏବଂ ଇଟାହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।ଉତ୍ତରପ୍ରଦେଶର ହାଥରସ ସତ୍ସଙ୍ଗ ଦଳାଚକଟାରେ ବର୍ତ୍ତମାନ ସୁଦ୍ଧା ୧୧୬ ଜଣଙ୍କ ମୃତ୍ୟୁ ହୋଇଛି। ଶବଗୃହ ବାହାରେ ଗଦା ହୋଇଛି କୁଢ଼ କୁଢ଼ ମୃତଦେହ। ତେବେ ଏହି ମୃତଦେହର ପାହାଡକୁ ଦେଖି ଛାନିଆ ହୋଇଯାଇଛନ୍ତି ଡ୍ୟୁଟିରେ ନିୟୋଜିତ ଥିବା ଜଣେ କନଷ୍ଟେବଳ। ଘଟଣାସ୍ଥଳରେ ହିଁ ସେ ଟଳି ପଡିଛନ୍ତି। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।ମୃତ କନଷ୍ଟେବଳ ଜଣକ ହେଲେ ରବି କୁମାର। ଏଟାର କ୍ୟୁଆରଟି ଅଭାଗଡ଼ରେ ସେ ନିୟୋଜିତ ଥିଲେ। ଦଳଚକଟା ପରେ ମୃତେଦହକୁ ମେଡିକାଲ କଲେଜକୁ ଅଣାଯିବା ପରେ ତାଙ୍କୁ ସେଠାରେ ଡ୍ୟୁଟିରେ ରଖାଯାଇଥିଲା। ତେବେ ମେଡିକାଲ କଲେଜ ବାହାରେ ଏତେ ସଂଖ୍ୟକ ଶବକୁ ଦେଖି ଅଚାନକ ତାଙ୍କୁ ହାର୍ଟଆଟାକ୍ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ସମୟ କନଷ୍ଟେବଳଙ୍କର ମୃତ୍ୟୁ ହୋଇଛି।ସେପଟେ ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଆରମ୍ଭ ହୋଇଛି ତନାଘନା। ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ପୋଲିସ। ଉତ୍ତର ପ୍ରଦେଶ ମଇନପୁରୀ ଜିଲ୍ଲାର ରାମ କୁଟୀର ଚାରିଟେବୁଲ ଟ୍ରଷ୍ଟରେ ଯାଇ ପୋଲିସ ଛାନଭିନ୍ କରିଛି। ରାତି ତମାମ ପୋଲିସ ଭୋଲେବାବାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବାବାଙ୍କର କୌଣସି ପତ୍ତା ମିଳିନି। ଏପଟେ ଦଳାଚକଟା ଘଟଣାରେ ପୋଲିସ ମାମଲା ରୁଜୁ କରିସାରିଥିବା ଉତ୍ତର ପ୍ରଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି। ଯିଏ ବି ଦୋଷୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତର ପ୍ରଦେଶ ମନ୍ତ୍ରୀ କହିଛନ୍ତି। ଗତକାଲି ହାଥରସ ସତସଙ୍ଗସ୍ଥଳରେ ଦଳାଚକଟା ଘଟି ୧୧୬ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |