ଧରା ପଡ଼ିଲେ ୨ ନକଲି ଶିକ୍ଷକ

ଭୁବନେଶ୍ୱର,୩।୭: :ନକଲି ପ୍ରମାଣପତ୍ର ଦେଇ ଶିକ୍ଷକ ହୋଇଥିବା ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ଶିକ୍ଷା ବିଭାଗ। ଧରା ପଡ଼ିଥିବା ଦୁଇ ଜଣ ନକଲି ଶିକ୍ଷକ ହେଲେ ତରଣୀ ସେଠ ଓ ମଙ୍ଗଳ ବିଶ୍ୱାଳ। ଉଭୟଙ୍କ କାରନାମା ସାମ୍ନାକୁ ଆସିବା ପରେ ସେମାନଙ୍କୁ ଜେଲ ହାତକୁ ପଠାଇ ଦିଆଯାଇଛି। ଅମ୍ବାଭୋନା ବ୍ଲକ ଭୁତଲି ପ୍ରାଥମିକ ବିଦ୍ୟାଳୟରେ ତରଣୀ ସେଠ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେହିପରି କଣ୍ଡପଲା ବିଦ୍ୟାଳୟରେ ମଙ୍ଗଳ ବିଶ୍ୱାଳ ସହକାରୀ ଶିକ୍ଷକ ଥିଲେ। ଏମାନେ ଦୀର୍ଘ ବର୍ଷ ହେଲା ଏହି ପଦବୀରେ ଥିବା ବେଳେ ସରକାରୀ ନିୟମ ଅନୁସାରେ ଦରମା ମଧ୍ୟ ପାଉଥିଲେ। କିନ୍ତୁ ଉଭୟଙ୍କ ପାଖରେ ଚାକିରି ପାଇଁ ନଥିଲା ଯୋଗ୍ୟତା। କାରଣ ସେମାନେ ନକଲି ସାର୍ଟିଫିକେଟ ଦାଖଲ କରି ଚାକିରି ହାତେଇଥିଲେ।ଅମ୍ବାଭୋନା ବିଇଓଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ତରଣୀ ସେଠ ୧୫/୧୦/୨୦୦୫ରେ ଚଣ୍ଡିପାଲି ବିଦ୍ୟାଳୟରେ ନିଯୁକ୍ତ ହୋଇଥିଲେ। ସେହିପରି ୧୮/୧୦/୨୦୦୫ରେ ମଙ୍ଗଳ ଚାକିରିରେ ‌ ଯୋଗ ଦେଇଥିଲେ। ୨୦୧୧ରୁ ସେମାନେ ରେଗୁଲାର ହୋଇଥିଲେ।ଦରମା ୨୯ହଜାର ୯୦୦ ଟଙ୍କା ପାଉଥିଲେ। କିନ୍ତୁ ନକଲି ସାର୍ଟିଫିକେଟ ବାବଦରେ ବିଇଓ ସନ୍ଦେହ କରିବାରୁ ଆନ୍ନାମଲାଇ ୟୁନିଭରସିଟି ନାଁରେ ଥିବା ପ୍ରମାଣପତ୍ରକୁ ଯାଞ୍ଚ ପାଇଁ ସେଠାକୁ ଚିଠି କରି ସତ୍ୟାସତ୍ୟ ଲୋଡ଼ିଥିଲେ।ବିଶ୍ୱବିଦ୍ୟାଳୟ ୨ଟି ଯାକ ସାର୍ଟିଫିକେଟ ନକଲି ହୋଇଥିବା ଚିଠିରେ ଜଣାଇଥିଲା। ହେଲେ ସବୁଠାରୁ ବଡ଼ କଥା ହେଲା, ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ଘଟଣାକୁ ଲୁଚାଇଦେବକୁ ଚେଷ୍ଟା କରୁଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!