ନବରଙ୍ଗପୁର( ମିହିର ଶଙ୍କର ପାତ୍ର) ,୩।୭ଗତ ଜୁଲାଇ ୧ ତାରିଖ ଦିନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦ ରେ ହିନ୍ଦୁ ବାଦୀ ମାନଙ୍କୁ ହିଂସ୍ର ବୋଲି କହିଥିଲେ। ଏହାର ଦୃଢ ପ୍ରତିବାଦ କରିଛି ହିନ୍ଦୁ ମହାସଂଘ। ୨ ତାରିଖ ଦିନ ମାର୍ଗଦର୍ଶକ ମଣ୍ଡଳୀ ର ନିର୍ଦ୍ଦେଶନା ରେ ଆଜି ନବରଙ୍ଗପୁର ଏସପି ଙ୍କୁ ରାହୁଲ ଗାନ୍ଧୀ ବିରୋଧ ରେ ଅଭିଯୋଗ କରାଯାଇଛି। ଏଭଳି ଯେଉଁ ଯେଉଁ ସ୍ଥାନରେ ମହାସଂଘ ର ଶାଖା ଅଛି ଏସପି ଙ୍କୁ ଏବଂ ମହାମହିମ ରାଷ୍ଟ୍ରପତିଙ୍କୁ ରାହୁଲ ଗାନ୍ଧୀ ଙ୍କ ସାଂସଦ ପଦ ରଦ୍ଦ ପାଇଁ ଦାବୀପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆ ଯାଇଛି। ନବରଙ୍ଗପୁର ଏସପି ଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦେବା ସମୟରେ ଉପସ୍ଥିତ ଥିଲେ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଜଗନ୍ନାଥ ଶତପଥୀ, ରଶ୍ମୀ ରଞ୍ଜନ ଆଶ୍ରମ ମୁଖ୍ୟ ନୀଳକଣ୍ଠ ପାଢ଼ୀ, ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ, ନବରଙ୍ଗପୁର ଜିଲ୍ଲା ସଭାପତି ରାଜେନ୍ଦ୍ର ନେଗୀ, ଜନଜାତି ହିନ୍ଦୁ ମହାସଂଘ ସଭାପତି ବିନୋଦ ସାନ୍ତା, ଗୋବର୍ଦ୍ଧନ ବାବା, ରାମ ଭକ୍ତ ବୈଦୁ ବାବା, ତାରିଣୀ ଭକ୍ତ ଧରମ ବାବା, ଜୟସେନ ନାଗେଶ ଏବଂ ଅନ୍ୟମାନେ। ଆଗାମୀ ଦିନରେ ଅନ୍ୟାନ୍ୟ ହିନ୍ଦୁ ସଂଗଠନ ମାନଙ୍କୁ ଏକତ୍ରିତ କରି ଆହୁରି ଅଧିକ ପ୍ରତିବାଦ କରାଯିବ ବୋଲି ମହାସଂଘ ସ୍ପଷ୍ଟ କରିଦେଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |