ବିଜେପିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ଅକାଳ ବିୟୋଗ

ମାଲକାନଗିରି,୩।୭:  ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍‌ସ ଡାକ୍ତରଖାନାରେରେ ଘଟିଲା ପରଲୋକ । ବହୁଦିନ ଧରି କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି । ୨୦୧୯ରୁ ୨୦୨୪ ଯାଏଁ ବିଧାୟକ ନିର୍ବାଚିତ ହୋଇଥିଲେ ଆଦିତ୍ୟ । ତେବେ ସବୁଠୁ ଦୁଃଖର ବିଷୟ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ହୋଇଥିଲା ।ଲଗାତାର ଦୁଇଟି ପରାଜୟ ପରେ ୨୦୧୯ରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ମାଲା ମାଝିଙ୍କୁ ୨୫,୫୬୯ ଖଣ୍ଡ ଭୋଟବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ । ନିକଟରେ ଶେଷ ହୋଇଥିବା ନିର୍ବାଚନରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମାଧୀଙ୍କ ବଦଳରେ ନରସିଂହ ମାଡକାମିଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେପି ଏହି ଆସନ ବଜାୟ ରଖିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!