ନୂଆଦିଲ୍ଲୀ,୪।୭: ଇସ୍ତଫା ଦେଲେ କୃଷି ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କିରୋଡି ଲାଲ ମୀନା। ସେ ତାଙ୍କ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏନେଇ ସେ ଘୋଷଣା କରିଛନ୍ତି।ରାଜ୍ୟ ଗ୍ରାମ୍ୟ ବିକାଶ ଓ କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କିରୋଡ଼ୀ ଲାଲ ମୀଣା । ଶ୍ରୀ ମୀଣା ୧୦ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ଏବେ ସେ ସାର୍ବଜନିକ ଭାବେ ଘୋଷଣା କରିଛନ୍ତି । କଂଗ୍ରେସ ନେତାମାନେ ଲଗାତର ଭାବେ ଶ୍ରୀ ମୀଣାଙ୍କ ଇସ୍ତଫା ଦାବି କରି ଆସୁଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବ ରାଜସ୍ଥାନର ୭ଟି ଆସନରୁ ଯଦି ବିଜେପି ଗୋଟିଏ ଆସନରେ ପରାଜୟବରଣ କରେ, ତେବେ ସେ ଇସ୍ତଫା ଦେବେ ବୋଲି ନିର୍ବାଚନ ସମୟରେ ଶ୍ରୀ ମୀଣା କହିଥିଲେ । ଦୌସା ଆସନରୁ ବିଜେପି ପରାଜୟ ବରଣ କରିଥିଲା ।ସୂଚନା ମୁତାବକ, କିରୋଡି ଲାଲ ମୀନା ତାଙ୍କ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ନିକଟକୁ ପଠାଇ ଦେଇଛନ୍ତି। ରାଜସ୍ଥାନରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ଦିନଠାରୁ କିରୋଡି ଲାଲ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା। ବର୍ତ୍ତମାନ ସେ ଏହି ଚର୍ଚ୍ଚା ଉପରେ ମୋହର ମାରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |