ବ୍ରିଟେନ ନିର୍ବାଚନ: ବଦଳିଲା ସରକାର,ହାରିଲେ ଋଷି ସୁନକ

ନୂଆଦିଲ୍ଲୀ,୫।୭:ବ୍ରିଟେନ ନିର୍ବାଚନରେ କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ମିଳିଛି ବହୁମତ । ୧୪ ବର୍ଷ ପରେ ବ୍ରିଟେନରେ କ୍ଷମତାଚ୍ୟୁତ ହେଲା କଞ୍ଜରଭେଟିଭ୍ ପାର୍ଟି । ନିର୍ବାଚନରେ ଋଷି ସୁନକଙ୍କ ପରାଜୟ ହେବା ପରେ ବିଜୟୀ କେର୍ ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିର୍ବାଚନରେ କଞ୍ଜରଭେଟିଭ୍ ପାର୍ଟିର ପରାଜୟ ପାଇଁ ନିଜକୁ ମଧ୍ୟ ଦାୟୀ କରିଛନ୍ତି ନେତା ଋଷି ସୁନକ ।ବ୍ରିଟେନ ସାଧାରଣ ନିର୍ବାଚନରେ ହାରିଲେ ଋଷି ସୁନକ । ନିର୍ବାଚନରେ ବାଜି ମାରିଛି କେର୍‍ ଷ୍ଟାର୍ମରଙ୍କ ଲେବର ପାର୍ଟି । ୬୫୦ ବିଶିଷ୍ଟ ଆସନରେ ଲେବର ପାର୍ଟିକୁ ବହୁମତ ମିଳିଛି । ଲେବର ପାର୍ଟିକୁ ୩୫୮ଆସନ ମିଳିଥିବା ବେଳେ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟିକୁ ମାତ୍ର ୮୧ଆସନ ମିଳିଛି । ପରାଜୟ ସ୍ୱୀକାର କରିଛନ୍ତି ଋଷି ସୁନକ । ହାରିବା ପରେ କେର୍‍ ଷ୍ଟାର୍ମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦଳର ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ଋଷି ସୁନକ । ସୂଚନା ଅନୁସାରେ ୧୪ ବର୍ଷ ପରେ ବ୍ରିଟେନରୁ କ୍ଷମତାଚୁତ୍ୟ ହୋଇଛି କଞ୍ଜରଭେଟିଭ ପାର୍ଟି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!