ଝରିଗାଁ ବ୍ଲକରେ ଖୋଲିବ ପାଇଖାନା ଦୁର୍ନୀତିର ଫାଇଲ, କାଗଜ ପାତ୍ର ସଂଗ୍ରହ କଲା ଭିଜିଲାନ୍ସ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୫।୭ :-ସ୍ବଚ୍ଛଭାରତ ମିସନରେ ପାଇଖାନା ଦୁର୍ନୀତିର ଫାଇଲ ଖୋଲିବ। ଏହି ମହାଦୁର୍ନୀତିର କିଙ୍ଗପିନ୍‌ଙ୍କ ମୁଖା ଖୋଲିବାକୁ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍‌ସ। ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସରେ ଥିବା ସମୟରେ ଏହି ଦୁର୍ନୀତିକୁ ପ୍ରମୁଖ ମୁଦ୍ଦା କରିଥିଲେ। ୨୦୨୨ ମସିହା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଦୀପ ବିଜେଡିରେ ଯୋଗ‌ ଦେବାପରେ ବି ଏହି ଦୁର୍ନୀତି ପଛର କାର୍ପଟଦାରଙ୍କୁ ଧରିବା ପାଇଁ ଦାବି କରିଥିଲେ। ଜନଆକ୍ରୋଶ ସହ ଚାପ ପଡ଼ିବାରୁ ପ୍ରଶାସନ ଏହି ଦୁର୍ନୀତିର ବିଭାଗୀୟ ତଦନ୍ତ କରିଥିଲା।ତତ୍କାଳୀନ ଝରିଗାଁ ବିଡିଓ ବାହାଦୁର ସିଂ ଧାରୁଆ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଦେବବ୍ରତ ଦାସ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ସାମଲ ନିଲମ୍ବିତ ହୋଇଥିଲେ। ଏହାପରେ ‌କେବଳ ଝରିଗାଁ ନୁହଁ ରାଇଘର, କୋଷାଗୁମୁଡ଼ା, ଉମରକୋଟ ଓ ପାପଡ଼ାହାଣ୍ଡି ବ୍ଲକରେ ବି ତଦନ୍ତ ପାଇଁ ଦାବି ହୋଇଥିଲା।ଏଥିପାଇଁ ଆଜି ଝରିଗାଁ ବ୍ଲକରୁ ଯୋଜନାର ଫାଇଲ୍‌ ସଂଗ୍ରହ କରିଛି। ନବରଙ୍ଗପୁର ଜିଲ୍ଲାରେ ପାଇଖାନା ନିର୍ମାଣରେ ପ୍ରାୟ ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଝରିଗାଁ ବ୍ଲକ କାର୍ଯ୍ୟାଳୟରୁ ପାଇଖାନା ଫାଇଲ୍‌ ସଂଗ୍ରହ କରିଛି। ଆଜି ସଖାଳେ 10 ଘଣ୍ଟା ସମୟରେ ଭିଜିଲାନ୍ସ ଡିଏସ୍‌ପିଙ୍କୁ ଏହି ବିଷୟରେ ଜାଣିବାକୁ ଯୋଗାଯୋଗ କରିବାକୁ ଚେଷ୍ଟା ହୋଇଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିନି। ତେଣୁ କେବଳ ଝରିଗାଁ ବ୍ଲକ ନା ସାରା ଜିଲ୍ଲାରେ ଏଭଳି ତଦନ୍ତ ହେବ ସ୍ପଷ୍ଟ ହୋଇପାରିନି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!