ଭୁବନେଶ୍ୱର,୫।୭:ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଅବସର ନେଇ ସାରିଥିବା ସତ୍ତ୍ୱେ ପୁଣି ବିଭିନ୍ନ ପଦପଦବୀରେ କାର୍ଯ୍ୟ କରୁଥିବା କିଛି ଅଧିକାରୀ ପୂର୍ବରୁ ନିଜ ନିଜ ପଦୀ ଛାଡ଼ି ଦେଇଥିଲେ। ସେହିପରି ନୂଆ ସରକାର ଆସିବା ପରେ ପ୍ରଶାସନିକ ସ୍ତରରେ ଅଦବବଦଳ ଆରମ୍ଭ ହୋଇଯାଇଛି। ସେହିକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଓଏଏସ୍ ଲାଲା ମନୋଜ କୁମାର ରାୟ, ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର, ଯୁଗ୍ମ ସଚିବ ମନୋଜ କୁମାର ସ୍ୱାଇଁ ଓ ଓଏସଡି ରବୀନ୍ଦ୍ର କୁମାର ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ଫେରାଇ ଅଣାଯାଇଛି। ଏହି ୪ଜଣ ଅଫିସର ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହି ସୁପର ମିନିଷ୍ଟର ଭଳି କାର୍ଯ୍ୟ କରୁଥିଲେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି। ପଦରୁ ହଟିଲେ ଅବସର ପରେ ସରକାରୀ ପଦବୀରେ ଥିବା ୨ ଅଧିକାରୀ। ସୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ଓ ପୌର ନିର୍ଦ୍ଦେଶକ ପଦରୁ ୨ ଅଧିକାରୀ ହଟିଛନ୍ତି। ଅବସର ପରେ ବି ସୁଡ଼ା ନିର୍ଦ୍ଦେଶକ ଥିବା ସାରଦା ପ୍ରସାଦ ପଣ୍ଡା ଓ ପୌର ନିର୍ଦ୍ଦେଶକ ଥିବା ସଂଗ୍ରାମଜିତ୍ ନାୟକଙ୍କୁ ହଟାଯାଇଛି। ସାରଦାଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ସାହୁ ସୁଡ଼ା ନିର୍ଦ୍ଦେଶକ ହୋଇଛନ୍ତି। ସେହିପରି ସଂଗ୍ରାମଜିତଙ୍କ ସ୍ଥାନରେ ଦେବାଶିଷ ସିଂହଙ୍କୁ ପୌର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |