ମୁମ୍ବାଇରେ ପ୍ରବଳ ବର୍ଷା ; ସ୍କୁଲ୍‌ ଛୁଟି,‌ରେଳ ସେବା ବ୍ୟାହତ

ମୁମ୍ବାଇ,୮ା୭: ସୋମବାର ସକାଳେ ମୁମ୍ବାଇ ଏବଂ ଏହାର ଉପକଣ୍ଠରେ ପ୍ରବଳ ବର୍ଷା ହୋଇ ମୁଖ୍ୟ ରାସ୍ତା ତଥା ନିମ୍ନମାନର ଅଞ୍ଚଳରେ ବ୍ୟାପକ ଜଳସ୍ତର ସୃଷ୍ଟି ହୋଇଛି। ସହର ସାରା ଟ୍ରାଫିକ୍ ଜାମ୍‌ ହେବା ସହ ସହରବାସୀଙ୍କ ସାଧାରଣ ଜୀବନକୁ ଏହା ପ୍ରଭାବିତ କରିଛି।ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ତଳିଆ ଅଞ୍ଚଳରେ ପାଣି ମାଡ଼ି ଯାଇଛି।ବର୍ଷା କାରଣରୁ ବାଣିଜ୍ୟ ନଗରରୀରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଗାଡ଼ି ମୋଟର ଅଟକି ରହିବା ସହ ଲୋକମାନେ ଅଣ୍ଟାଏ ପାଣିରେ ରାସ୍ତା ପାରି ହେଉଥିବା ଦେଖିବାକୁ ମିଳିଛି।ନାଗରିକ ଅଧିକାରୀଙ୍କ ଅନୁଯାୟୀ ସହରରେ ବିଭିନ୍ନ ସ୍ଥାନରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।ସେପଟେ ପାଣିପାଗକୁ ଦୃଷ୍ଟିରେ ରଖି ୨୭ଟି ବିମାନର ଗତିପଥରେ ପରିବର୍ତ୍ତନ କରାଯାଇଛି। ମୁମ୍ବାଇରେ ଅବତରଣ କରିବାକୁ ଥିବା ବିମାନଗୁଡ଼ିକ ଗତିପଥ ପରିବର୍ତ୍ତନ କରାଯାଇଛି। ଟ୍ରେନ୍ ଟ୍ରାକରେ ମଧ୍ୟ ପାଣି ଜମି ରହିବାରୁ ଏକାଧିକ ଟ୍ରେନ୍ ବାତିଲ ହୋଇଯିବା ସହ ସମୟରେ ପରିବର୍ତ୍ତନ କରାଯାଇଛି। ଲଗାଣ ବର୍ଷା କାରଣରୁ ସମସ୍ତ ସରକାରୀ, ବେସରକାରୀ ଏବଂ ମ୍ୟୁନିସିପାଲ ସ୍କୁଲ ଏବଂ କଲେଜଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଯଦି ଦୁଇ ଘଣ୍ଟାରୁ ଅଧିକ ବର୍ଷା ବନ୍ଦ ହୋଇଯାଏ, ତେବେ ଜଳସ୍ତର କମିଯିବ ବୋଲି ଅଧିକାରୀମାନେ କହିଛନ୍ତି। କିନ୍ତୁ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!