କେନ୍ଦ୍ରାପଡ଼ା,୯।୭: ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ପୁଣି ରଥ ଟଣାଯିବ। ଶ୍ରୀଗୁଣ୍ଡିଚା ଯାତ୍ରାର ଦ୍ୱିତୀୟ ଦିନରେ ଆଜି ବଳଦେବଜିଉଙ୍କ ରଥ ମାଉସୀ ମା’ ମନ୍ଦିର ଆଗରେ ପହଞ୍ଚି ପାରିନାହିଁ। ମାତ୍ର ଶହେ ମିଟର ଆଗକୁ ଯାଇ ରଥ ବାମ ମୋଡ଼ ନେଇ ଅଟକି ଯାଇଛି। ପାରାଦୀପରୁ ଆସିଥିବା ଜଗ୍ ଦ୍ବାରା ରଥକୁ ସିଧା କରାଯାଇ ଚଳାଇବାକୁ ଉଦ୍ୟମ କରାଯାଇଥିଲେ ହେଁ ତାହା ଫଳପ୍ରଦ ହୋଇନାହିଁ। ଦେବୋତ୍ତର ବିଭାଗ ଅଫିସ ଆଗରେ ବ୍ରହ୍ମ ତାଳଧ୍ୱଜ ରଥ ଅଟକି ରହିଛି। ଆସନ୍ତାକାଲି ପୂର୍ବାହ୍ନରେ ରଥ ଟଣାଯିବ ବୋଲି ସୂଚନା ଦିଆଯାଇଛି।ଗତକାଲି ଅଧାବାଟରେ ଅଟକି ଥିବା କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥକୁ ଆଜି ପୁଣି ଶ୍ରଦ୍ଧାଳୁ ଟାଣିବେ। ଗତକାଲି ଦେବୋତ୍ତର କାର୍ଯ୍ୟାଳୟ ପାଖରେ ବାମ ମୋଡ଼ ନେଇ ଅଧାରେ ଅଟକିଥିଲା ରଥ। ଏହାପରେ ହାଇଡ୍ରୋଲିକ୍ ଜ୍ୟାକ୍ ସାହାଯ୍ୟରେ ରଥକୁ ଟ୍ରାକକୁ ଆଣିବାକୁ ଉଦ୍ୟମ କରାଯାଇଥିଲା । ଆଜି ପୁଣି ରଥକୁ ଟାଣି ମାଉସୀ ମାଆ ମନ୍ଦିରକୁ ନେବେ ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ସେହିପରି ବାରିପଦାରେ ବି ଗତକାଲି ଅଧାରେ ଅଟକିଥିଲା ରଥ। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣାହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ରଥକୁ ଟଣାଯାଇଥିଲା। ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣି ନେଇଥିଲେ। ଏଥିରେ ସାମିଲ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ତେବେ ସଂଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା ବନ୍ଦ ରହିଛି। ଆଜି ପୁଣିଥରେ ରଥଟଣା ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |