ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଆଜି ଡାବୁଗାଁ ରେ ପାଳିତ ହେଲା ହେରା ପଞ୍ଚମୀ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୧୨ା୭:-ସାରା ରାଜ୍ୟରେ ଆଜି ହେରାପଞ୍ଚମୀ ପାଳନ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ର ସମସ୍ତ ମାଉସୀ ମା ମନ୍ଦିରରେ ହେରାପଞ୍ଚମୀ ପାଳନ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l ଏହି ଅବସରରେ ଡାବୁଗାଁ ମାଉସୀ ମା ମନ୍ଦିର ରେ ଅନୁରୂପ ପାଳନ ହୋଇଛି l ସନ୍ଧ୍ୟା ସାତ ଘଣ୍ଟାରେ ଶ୍ରୀ ଜଗନ୍ନାଥ ମନ୍ଦିରରୁ ମା ଲକ୍ଷ୍ମୀ ଙ୍କୁ ମହା ପଟୁଆରରେ ପୂଜକ ନବୀନ ପାଢୀ ଙ୍କ ଦ୍ଵାରା ବିମାନ ରେ ମା ଲକ୍ଷ୍ମୀ ଙ୍କୁ ଧରି ମାଉସୀ ମା ମନ୍ଦିର କୁ କୋଡିଙ୍ଗା ଥାନା ଅଧିନସ୍ଥ ଭଣ୍ଡିଆ ଗ୍ରାମର ସଙ୍କୀର୍ତ୍ତନ ଦଳ ଙ୍କ ସହିତ ଛୋଟ ଛୋଟ ଝିଅଙ୍କ ନାଚ ରେ ନାଚି ନାଚି ପହଂଚି ଥିଲେ l ମାଉସୀ ମା ମନ୍ଦିର ଅଗଣାରେ ସୁନ୍ଦର ଝୋଟି ଉପରେ ମା ଲକ୍ଷ୍ମୀ ବିରାଜମାନ କରି ପୂଜକ ନବୀନ ପାଢୀ ଙ୍କ ଦ୍ଵାରା ସେଠାରେ ପୂଜାର୍ଚ୍ଚନା କରା ଯାଇଥିଲା l ପ୍ରଭୁ ଜଗନ୍ନାଥ ମା ଲକ୍ଷ୍ମୀ ଙ୍କୁ ନ କହି ମାଉସୀ ମା ଙ୍କ ଘରକୁ ନବ ଦିନ ଯାତ୍ରାରେ ରଥରେ ଆସିଥିବା ରୁ ଆଜି ଡାକି ଆସିଥିଲେ, ଠାକୁର ଶ୍ରୀ ଜଗନ୍ନାଥ ନ ଆସିବାରୁ ମା ଲକ୍ଷ୍ମୀ ରାଗରେ ରଥ ଭାଙ୍ଗି ମନ୍ଦିର କୁ ଫେରିଥିଲେ l ମା ଙ୍କୁ ଶ୍ରୀ ମନ୍ଦିରରୁ ବହୁ ସଂଖ୍ୟାରେ ମା ମାନେ ମାଉସୀ ମା ମନ୍ଦିରକୁ ଆଣି ଥିଲେ ଓ ଫେରିବାବେଳେ ବର୍ଷା ହେଉଥିବା ସ୍ଥଳେ ପଟୁଆରରେ ନେଇ ମନ୍ଦିରରେ ପହଞ୍ଚାଇ ଥିଲେ l ସମସ୍ତ ମା ମାନଙ୍କୁ କମିଟି ତରଫରୁ ମା ଲକ୍ଷ୍ମୀ ଙ୍କ ଲଡୁ ଭୋଗ ବଣ୍ଟନ କରାଯାଇଥିଲା l ଆଜି ଶ୍ରୀ ଜଗନ୍ନାଥ ଙ୍କ ନୃସିଂହ ଅବତାର ଦର୍ଶନ କରି ଭକ୍ତବୃନ୍ଦ ବିଭୋର ହୋଇ ଉଠିଥିଲେ l ମନ୍ଦିର ର କମିଟି ତରଫରୁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପନ ହୋଇଥିଲା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!