ଝରିଗାଁ ବିଧାୟକ ନରସିଂହ ଭତ୍ରା ଙ୍କ ଡାବୁଗାଁ ଥାନା ଗସ୍ତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର,) ନବରଙ୍ଗପୁର ଜିଲ୍ଲା ପରିଷଦ ବୈଠକ ରୁ ଝରିଗାଁ ଫେରୁଥିବା ସମୟରେ ହଠାତ୍ ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା ଡାବୁଗାଁ ଥାନା ରେ ଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଡାବୁଗାଁ ଥାନା ସବ ଇନସ୍ପେକ୍ଟର ବିଜୁରାମ ବାଘ ସହ ଆଲୋଚନା ସମୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ବିଜେପି ର ବରିଷ୍ଠ ନେତା ପଞ୍ଚାନନ ଭଓ୍ବାଲି ଏବଂ ସୁଜନ ଭକ୍ତ ମଧ୍ୟ ଉପସ୍ଥିତ ଥିଲେ। ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ସମୟରେ ଲୋକ ଙ୍କୁ ନ୍ୟାୟ ମିଳିବା ଏବଂ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ଉପରେ ଯୁବ ବିଧାୟକ ଶ୍ରୀ ନରସିଂହ ଭତ୍ରା ଗୁରୁତ୍ଵ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!