ନୂଆଦିଲ୍ଲୀ,୧୧ା୭:ଭାରତ- ଚାଇନା ବର୍ଡର ଦେଇ ଚୋରା ଚାଲାଣ ହେଉଥିଲା ବିପୁଳ ସୁନା । ଖବର ପାଇ ଲଦାଖରେ ମାଡ଼ି ବସିଲା ITBP(Indo-Tibetan Border Police) । ଜବତ ସୁନାର ଓଜନ ୧୦୮ କେଜି ଓ ଏହାର ମୂଲ୍ୟ ପ୍ରାୟ ୭୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଗତ କିଛି ବର୍ଷ ମଧ୍ୟରେ ଭାରତ- ଚାଇନା ବର୍ଡରରୁ ଏତେ ପରିମାଣର ସୁନା ଜବତ ହେବା ପ୍ରଥମ ଘଟଣା। ଏହି ମାମଲାରେ ITBP ଦୁଇ ଚାଇନା ନାଗରିକଙ୍କୁ ବାନ୍ଧିଛି ।ଲଦାଖ ରାସ୍ତା ଦେଇ ସୁନା ଚାଲାଣ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା ITBP । ଏହାପରେ ITBP ପକ୍ଷରୁ ୧୮ ହଜାର ଫୁଟ ଉଚ୍ଚ ଲଦାଖରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ । ITBP ଯବାନମାନେ ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ବେଳେ ଦୁଇ ଚାଇନା ନାଗରିକ ବର୍ଡର(LOC) ଅତିକ୍ରମ କରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ଉଭୟଙ୍କୁ ଅଟକିବାକୁ କହିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |