ନୂଆଦିଲ୍ଲୀ ,୧୧ା୭: ବିଶ୍ବରେ ଶାନ୍ତି ଏବଂ ସମୃଦ୍ଧତା ପାଇଁ ଭାରତର ଦୀର୍ଘ ଦିନର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଏନାରେସମ୍ବୋଧିତ କରି କହିଛନ୍ତି ଯେ ଭାରତ ବିଶ୍ବକୁ ‘ଯୁଦ୍ଧ’ ନୁହେଁ, ‘ବୁଦ୍ଧ’ ଦେଇଛି।ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ ଅଷ୍ଟ୍ରିଆ ଗସ୍ତ କରିଛନ୍ତି । ୪୧ ବର୍ଷ ପରେ ଜଣେ ପ୍ରଧାନମନ୍ତ୍ରୀ ଏହି ଦେଶକୁ ଗସ୍ତ କରିଛନ୍ତି ଭାରତ ତରଫରୁ । ସେଠାରୁ ସାରାବିଶ୍ୱକୁ ପ୍ରଧାନମନ୍ତ୍ରୀ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ କେବେବି ଯୁଦ୍ଧରେ ନୁହେଁ ବରଂ ବୁଦ୍ଧରେ ବିଶ୍ୱାସ ରଖେ । ଯାହାର ଅର୍ଥ ହେଉଛି ଭାରତ ସର୍ବଦା ଶାନ୍ତି, ମୈତ୍ରୀ ତଥା ସଦଭାବ ଉପରେ କାର୍ଯ୍ୟ କରେ । ଏକବିଂଶ ଶତାବ୍ଦୀରେ ଏ ଦେଶ ଅନ୍ୟମାନଙ୍କ ପାଇଁ ପ୍ରେରଣା ମଧ୍ୟ ବୋଲି ସେ ଏହି କଥା କହି ଜଣାଇଛନ୍ତି ।“ହଜାରେ ବର୍ଷ ଧରି ଆମେ ଆମର ଜ୍ଞାନ ଏବଂ ପାରଦର୍ଶୀତା ବାଣ୍ଟୁଛୁ। ଆମେ ଯୁଦ୍ଧ ଦେଇ ନାହୁଁ, ଆମେ ବିଶ୍ କୁ ବୁଦ୍ଧ ଦେଇଛୁ। ଭାରତ ସର୍ବଦା ଶାନ୍ତି ଏବଂ ସମୃଦ୍ଧତା ଦେଇଛି’’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଭିଏନାରେ କହିଛନ୍ତି।ପ୍ରଧାନମନ୍ତ୍ରୀ ତାଙ୍କର ଦୁଇ ଦେଶ ଗସ୍ତ ସମୟରେ ଅଷ୍ଟ୍ରିଆରେ ଏହି ମନ୍ତବ୍ୟ ଦେଇଛନ୍ତି। ଅଷ୍ଟ୍ରିଆ ପୂର୍ବରୁ ସେ ରୁଷ୍ ଯାଇଥିଲେ। ମସ୍କୋରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ସମୟରେ ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଭିଏନାରେ ମୋଦୀ ଆହୁରି କହିଛନ୍ତି ଯେ, ଭାରତ ସର୍ବଶ୍ରେଷ୍ଠ ହେବା ଦିଗରେ କାର୍ଯ୍ୟ କରି ଚାଲିଛି । ବୈଶ୍ୱିକସ୍ତରରେ ଏହା ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ତିଆରି କରି ପାରିଛି । ତାହାସହ ସେ ଋଷିଆର ରାଷ୍ଟ୍ରପତିଙ୍କୁ ମଧ୍ୟ ଏହା ପୂର୍ବରୁ ମସ୍କୋରେ ସାକ୍ଷାତ କରିଥିଲେ । ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋକପାତ କରିଥିଲେ । ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହ ଏହାକୁ ନେଇ ମୋଦୀ ଶାନ୍ତି ଉପରେ ଆଲୋଚନା କରିଛନ୍ତି । ଭାରତ ଓ ଅଷ୍ଟ୍ରିଆ ନିଜର ୭୫ ବର୍ଷର ବନ୍ଧୁତା ପାଳନ କରୁଛନ୍ତି ବୋଲି ମଧ୍ୟ ମୋଦୀ କହିଛନ୍ତି । ଅଷ୍ଟ୍ରିଆରେ ଥିବା ଭାରତୀୟଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନିଜର ଭଲପାଇବା ମଧ୍ୟ ଦେଖାଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |