ନୂଆଦିଲ୍ଳୀ,୧୩।୭:କାର୍ଗିଲ ଯୁଦ୍ଧକୁ ପୁରିଛି ୨୫ବର୍ଷ । ଏହି ଯୁଦ୍ଧରେ ଭାରତୀୟ ବୀର ଯବାନ ପାକିସ୍ତାନକୁ ପରାସ୍ତ କରି ତ୍ରିରଙ୍ଗା ଫରଫର ଉଡାଇଥିଲେ । LoCରୁ ପାକିସ୍ତାନୀ ସୈନ୍ୟଙ୍କୁ ବିତାଡ଼ିତ କରିବା ପାଇଁ ହୋଇଥିବା କାର୍ଗିଲ୍ ଯୁଦ୍ଧ ଆଜି ବି ସ୍ମରଣୀୟ। ୫୨୭ ବୀର ଯବାନଙ୍କ ବଳିଦାନକୁ ମନେ ପକାଉଛି ସାରା ଦେଶ। ତେବେ କାର୍ଗିଲ ଯୁଦ୍ଧର ରଜତ ଜୟନ୍ତୀ ଅବସରରେ ଓଡ଼ିଆ ପୁଅ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜକୁ ଦିଲ୍ଲୀରେ ବୀରତ୍ବ ପୁରସ୍କାରରେ ସମ୍ମାନିତ କରାଯିବ ।ଏଥିପାଇଁ ତାଙ୍କୁ ଦିଲ୍ଲୀ ଡକରା ହୋଇଛି।୧୯୬୪ ମସିହା ଜାନୁଆରୀ ମାସରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ ବାରିପଦାର ଅଜୟ କୁମାର ଭଞ୍ଜ। ସେ ଭାରତୀୟ ବାୟୁ ସେନାର ସବୁଠୁ ଲଢୁଆ ବିମାନ ‘ମିରାଜ-୨୦୦୦’ର ମୁଖ୍ୟ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଅଧୀନରେ ଥିଲେ ୨୪ଟି ମିରାଜ ଯୁଦ୍ଧ ଜାହାଜ ସହ ଅନେକ କନିଷ୍ଠ ଇଂଜିନିୟର। ସେ ଗ୍ୱଆଲିଅର ଏୟାର ବେସରେ କାର୍ଯ୍ୟ କରୁଥିଲେ। କାର୍ଗିଲ୍ ଯୁଦ୍ଧ ପୂର୍ବରୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ ଲଢ଼ିଥିଲେ ୧୯୭୧ ମସିହାର ବାଂଲାଦେଶ ଓ ୧୯୬୫ ମସିହାର ପାକିସ୍ତାନ ଯୁଦ୍ଧ।ଆସନ୍ତା ଜୁଲାଇ ୧୬ ତାରିଖରେ ନୂଆଦିଲ୍ଲୀର ସରସାୱାରେ କାର୍ଗିଲ ଦିବସର ରଜତ ଜୟନ୍ତୀ ଉତ୍ସବ ପାଳନ କରାଯିବ। ଏଥିପାଇଁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜଙ୍କୁ ନିମନ୍ତ୍ରଣ କରାଯାଇଛି। ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗ୍ଲାଲାଣ୍ଟ୍ରି ଆୱାର୍ଡ ଦିଆଯିବ।ଆସନ୍ତା ଜୁଲାଇ ୧୬ ତାରିଖରେ ନୂଆଦିଲ୍ଲୀର ସରସାୱାରେ କାର୍ଗିଲ ଦିବସର ରଜତ ଜୟନ୍ତୀ ଉତ୍ସବ ପାଳନ କରାଯିବ। ଏଥିପାଇଁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜଙ୍କୁ ନିମନ୍ତ୍ରଣ କରାଯାଇଛି। ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗ୍ଲାଲାଣ୍ଟ୍ରି ଆୱାର୍ଡ ଦିଆଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |