ନୂଆଦିଲ୍ଳୀ,,୧୩।୭: ଆଜି ଖେଳାଯିବ ଭାରତ-ଜିମ୍ବାୱେ ଚତୁର୍ଥ ଟି-୨୦। ୫ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି ଭାରତୀୟ ଟିମ୍। ଆଜିର ମ୍ୟାଚ ଜିତି ଟିମ୍ ଇଣ୍ଡିଆ ସିରିଜ୍ ବିଜୟ ନେଇ ଲକ୍ଷ୍ୟ ରଖିଛି। ସେପଟେ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ସିରିଜ ବରାବର କରିବା ଲକ୍ଷରେ ରହିଛି ଜିମ୍ବାୱେ ଟିମ୍। ପ୍ରଥମ ମ୍ୟାଚରେ ଭାରତ ପରାଜୟ ଭୋଗିଥିବା ବେଳେ ପରବର୍ତ୍ତୀ ୨ଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି। ୩ ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଦେଜା ଟି-୨୦ ଫର୍ମାଟରୁ ଅବସର ନେଇ ସାରିଥିବା ବେଳେ ଏହି ସିରିଜରେ ନୂଆ ଚେହେରାଙ୍କ ପ୍ରଦର୍ଶନ ବଳରେ ନୂଆ ପିଢୀର ଯୁଗ ଆରମ୍ଭ ହେବାକୁ ଯାଉଥିବା ଭାରତୀୟ କ୍ରୀଡାପ୍ରେମୀଙ୍କ ମତ ରହିଛି।ଆଜିର ମ୍ୟାଚରେ ଜିମ୍ବାୱେ ଉପରେ ପ୍ରଭାବ ବିସ୍ତାର କରି ସିରିଜ୍ କବଜା କରିବା ଲକ୍ଷରେ ରହିଛନ୍ତି ଅଧିନାୟକ ଶୁଭମନ୍ ଗିଲ ଓ ଟିମ୍ ଇଣ୍ଡିଆ। ସେପଟେ ସିରିଜ ବରାବର ଲକ୍ଷରେ ରହିଛି ପ୍ରତିପକ୍ଷ ଟିମ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |