କଟକ,୧୩ା୭: କଟକର ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମ୍ରେ ଶନିବାର ଅପରାହ୍ନରେ ନିଆଁ ଲାଗିଯାଇଛି। ନର୍ସିଂହୋମ୍ର ତୃତୀୟ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଛି।କଟକର ଏକ ଘରୋଇ ନର୍ସିଂହୋମ୍ରେ ଲାଗିଲା ନିଆଁ । ପୁରୀଘାଟ ଥାନା ନିକଟ ନର୍ସିଂହୋମ୍ର ୩ୟ ମହଲାରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଦମକଳ ବାହିନୀ । ତେବେ କେମିତି ଲାଗିଲା ନିଆଁ, କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ୩ୟ ମହଲାରେ ଥିବା ଆଇସିୟୁରେ ଲାଗିଛି ନିଆଁ । ଏହା ସହ ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ।ଅନ୍ୟପଟେ ଉଦ୍ଧାର ହୋଇଥିବା ରୋଗୀଙ୍କ ପାଇଁ କୌଣସି ପ୍ରାଥମିକ ବ୍ୟବସ୍ଥା ନଥିବା ଜଣାପଡ଼ିଛି । ରୋଗୀମାନଙ୍କୁ ଉଦ୍ଧାର ପରେ ସିଧାସଳଖ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଉଛି । ଉପର ମହଲାରେ ନିଆଁ ଲାଗିଥିବା ବେଳେ ଅନ୍ୟ କୌଣସି ମହଲାକୁ ନିଆଁ ବ୍ୟାପିନଥିବା ଜଣାପଡ଼ିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |