ଆସନ୍ତାକାଲି ଖୋଲିପାରେ ରତ୍ନଭଣ୍ଡାର , ଶ୍ରୀମନ୍ଦିର ପ୍ରଶାସନକୁ ଏସ୍‌ଓପି ପ୍ରଦାନ

ପୁରୀ,୧୩।୭:ରତ୍ନଭଣ୍ଡାର ଖୋଲାଯିବା ନେଇ ଏସ୍‌ଓପି ପ୍ରଦାନ। ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଗଲା ଏସ୍‌ଓପି। ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ୍‌ଓପି ପ୍ରଦାନ କରାଗଲା। ଏହି ଏସ୍‌ଓପି ନେଇ ଏବେ ଚାଲିଛି ଜରୁରୀ ବୈଠକ। ଆସନ୍ତାକାଲି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ମହାପ୍ରଭୁଙ୍କ ମହଣ ମହଣ ଦୁର୍ମୂଲ୍ୟ ଅଳଙ୍କାର ଥିବା ଏହି ରହସ୍ୟମୟ ଭଣ୍ଡାରଘରକୁ ନେଇ ଉତ୍ସାହ ଓ ଉତ୍କଣ୍ଠା ଲାଗି ରହିଥିବା ବେଳେ, ଅପେକ୍ଷା ରହିଛି ରାଜ୍ୟ ସରକାରଙ୍କ ପକ୍ଷରୁ SOP ଅନୁମୋଦନକୁ । ରତ୍ନଭଣ୍ଡାରରେ ପ୍ରବେଶ, ଅଳଙ୍କାର ଗଣତି ମଣତି ଓ ଭଣ୍ଡାରଘର ମରାମତି ପାଇଁ କେଉଁସବୁ ବିଧିବ୍ୟବସ୍ଥା ପାଳନ ହେବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ,   କିଛି ସମ୍ଭାବ୍ୟ SOP ଉପରେ ।ସାତ୍ତ୍ବିକ ଆହାର ଭୋଜନ, ସେବାୟତଙ୍କ ଭଳି ପୋଷାକ ପରିଧାନ ! ଶ୍ରୀଲୋକନାଥଙ୍କ ଆଗରେ ଶପଥ, ବାହାରେ କରିବେନି ରହସ୍ୟ ପ୍ରଘଟ ! ରତ୍ନଭଣ୍ଡାର ଭିତରେ ସଭିଏଁ ମାନିବେ ନିର୍ଦ୍ଧାରିତ ବିଧି ବ୍ୟବସ୍ଥା । ସ୍ନେକ୍ ହେଲ୍ପଲାଇନ, ଡାକ୍ତର ଓ ତାଲା ଭଙ୍ଗାଳିଙ୍କ ନେବେ ସହୟତା ! କିଛି ଏଭଳି ରହିବ କି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜ୍ୟୋର୍ ବା SOP ?ରତ୍ନଭଣ୍ଡାର ତଦାରଖ କମିଟି ଦ୍ବାରା ପ୍ରସ୍ତାବିତ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ସୁପାରିଶ SOP ଏବେବି ରାଜ୍ୟ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଏପଟେ ରାତି ପାହିଲେ ଭଣ୍ଡାର ଖୋଲିବ ଓ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ ବୋଲି ଆଶା ବାନ୍ଧିଛନ୍ତି ଅଗଣିତ ଜଗନ୍ନାଥ ପ୍ରେମୀ । ଏସବୁ ଭିତରେ ଅନୁମାନ କରାଯାଉଛି, ୨୦୧୮ ମସିହା ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁସବୁ ନିୟମ ପାଳନ କରାଯାଇଥିଲା, ସେଥିରୁ ଅଧିକାଂଶ ଏଥର ବି ପୁନରାବୃତ୍ତି ହୋଇପାରେ। ଯଦି ସେଭଳି ହୁଏ, ତେବେ କିଛି ଏଭଳି ରହିପାରେ ସମ୍ଭାବ୍ୟ SOP.

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!