ନବରଙ୍ଗପୁର ( ମିହିର ଶଙ୍କର ପାତ୍ର),୧୩ା୭:ବିଜେପି ସରକାର ଶାସନକୁ ଆସିବା ପରେ ନିର୍ବାଚନ ପୂର୍ବରୁ । ଦେଇଥୁବା ପ୍ରତିଶ୍ରୁତିଗୁଡ଼ିକ ପାଳନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସେ ପ୍ରତିଶ୍ରୁତି ମଧ୍ୟରୁ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନ ଅନ୍ୟତମ । ମାତ୍ର ଅଦ୍ୟାବଧୂ ଯୋଜନାର ରୂପରେଖ କ’ଣ ହେବ ତାହା ସାର୍ବଜନୀନ ହୋଇନାହିଁ । କିନ୍ତୁ ରାଜ୍ୟ ସରକାର ଦେଇଥିବା ଦସ୍ତାବିଜଗୁଡ଼ିକ ଯୋଗାଡ କରିବା ପାଇଁ ମହିଳାମାନଙ୍କର ଜନସେବା କେନ୍ଦ୍ରରେ ଭିଡ ପରିଲକ୍ଷିତ ହେଉଛି ।ଖାଲି ଜନସେବା କେନ୍ଦ୍ର ନାହିଁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଏଵଂ ରାଜସ୍ୱ ବିଭାଗ ଅଫିସ ଆଗରେ ବି ଭିଡ଼ ଦେଖୁବାକୁ ମିଳୁଛି। ଏହା ଖାଲି ନବରଙ୍ଗପୁର ଜିଲ୍ଲା କି ଡାବୁଗାଁ ବ୍ଲକର ନାହିଁ ଏଭଳି ରାଜ୍ୟସାରା ମହିଳା ମାନେ ବିଭିନ୍ନ ଦସ୍ତାବିଜ ପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ବ କରିଦେଇଛନ୍ତି ।ମୁଖ୍ୟତଃ, ଇନକମ୍ ପ୍ରମାଣପ ଣପତ୍ର ଏବଂ ରେସିଡେଣ୍ଟ ପ୍ରମାଣପତ୍ର ମହିଳାଙ୍କ ପାଖରେ ନ ଥୁବାରୁ ତାହାକୁ ଯୋଗାଡ କରିବା ନିମନ୍ତେ ଜନସେବା କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖାଦେଇଛି। ଏତଦ୍ବ୍ୟତୀତ, ଦଲାଲମାନେ ସକ୍ରିୟ ହୋଇ ମହିଳାମାନଙ୍କ ଠାରୁ ବ୍ୟାଙ୍କ ପାସବୁକ୍, ଫଟୋ, ପୋଟା, ଭୋଟ ପରିଚୟ ପତ୍ର, ଆଧାର କାର୍ଡ ଆଦି ନେଉଥିବା ଦେଖାଦେଇଛି । ତେଣୁ, ପ୍ରଶ୍ନ ପ୍ରଶାସନ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି। ଏହି ଯୋଜନାର କୌଣସି ରୂପରେଖ ଜଣାପଡ଼ି ନ ଥିବାବେଳେ ପ୍ରଶାସନିକ ସ୍ତରରୁ ଆବଶ୍ୟକ ସ୍ପଷ୍ଟୀକରଣ ଦିଆଯିବା ଆବଶ୍ୟକ ରହିଛି ବୋଲି ସାଧାରଣ ରେ ଆଲୋଚନା ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |