ପୁରୀ, ୧୪।୦୭: ଖୋଲିବ କାଳିଆର ରତ୍ନ ଭଣ୍ଡାର। ୪୬ବର୍ଷ ପ୍ରତୀକ୍ଷାର ଅନ୍ତ। ଆଜି ସବୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସିର ଦିନ। ରବିବାର ଦିନ ୧ଟାରୁ ୧ଟା ୩୦ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିଛି । ସେବାୟତମାନେ ଏହି ଆଜ୍ଞାମାଳ ନେଇ ଶ୍ରୀମନ୍ଦିରର ଅଭିମୁଖେ ଆସୁଥିବା ସୂଚନା ମିଳିଛି । ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ କମିଟିର ମୁଖ୍ୟ ଜଷ୍ଟିସ୍ ବିଶ଼୍ବନାଥ ରଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପ୍ରାୟ ୧ଟାରୁ ଦେଢ଼ଟା ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ଶୁଭ ମୁହୂର୍ତ୍ତ ରହିଥିବା ସେ କହିଛନ୍ତି ।ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରଭୁ ଶ୍ରୀଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଲା ଆଜ୍ଞାମାଳ। ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ପ୍ରଭୁ ଶ୍ରୀଲୋକନାଥ । ତାଙ୍କ ବିନା ଅନୁମତି ବିନା ରତ୍ନଭଣ୍ଡାର ମଧ୍ୟରେ ପ୍ରବେଶ କରିବାର କାହାକୁ ଅନୁମତି ନାହିଁ । ତେଣୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବାବା ଲୋକନାଥଙ୍କ ଅନୁମତି ଆବଶ୍ୟକ ଥିଲା । ପ୍ରଥମେ ତାଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ସେବାୟତମାନେ ଆଜ୍ଞାମାଳ ଆଣିଛନ୍ତି।ରବିବାର ଅପରାହ୍ନ ପ୍ରାୟ ୧୦ଟା ମଧ୍ୟରେ ଲୋକନାଥଙ୍କ ପୂଜା ସମ୍ପନ୍ନ ହୋଇଥିଲା। ଶ୍ରୀଲୋକନାଥଙ୍କ ଆଜ୍ଞା ନେଇ ସେବାୟତ ଆଣିବା ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଖୋଲାଯିବ ବୋଲି ଜଣାପଡିଛି। ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଆରମ୍ଭ ହୋଇଥିବା ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |