ନୂଆଦିଲ୍ଲୀ, ୧୪।୦୭: ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଟ୍ରମ୍ପଙ୍କ ଡାହାଣ କାନରେ ଗୁଳି ବାଜିଥିବା ସୂଚନା ମିଳିଛି । ପେନସିଲଭାନିଆରେ ଏକ ରାଲି ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ ପରେ ତାଙ୍କୁ ଉପସ୍ଥିତ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟ ସେଠାରୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ସନ୍ଦିଗ୍ଧ ସୁଟର ନିହତ ହୋଇଛି । ଏହାସହ ରାଲିରେ ଯୋଗଦେଇଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ବର୍ତ୍ତମାନ ଟ୍ରମ୍ପ ସୁରକ୍ଷିତ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ କୁହାଯାଇଛି ।ଗୁଳି ମାଡ଼ ପରେ ବି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ଜନତାଙ୍କ ଆଡ଼କୁ ହାତ ହଲାଇ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଥିଲା । ମଞ୍ଚରୁ ଟ୍ରମ୍ପ ଓହ୍ଲାଇବା ମାତ୍ରେ ରାଲି ଗ୍ରାଉଣ୍ଡକୁ ପୋଲିସ ଖାଲି କରି ଦେଇଛି । ଟ୍ରମ୍ପଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳିମାଡ଼ ହୋଇଥିବା ଦିଗରେ ସିକ୍ରେଟ୍ ସର୍ଭିସ୍ ଯାଞ୍ଚ କରୁଛି । ଘଟଣା ପରେ ଏଫବିଆଇ ଟିମ୍ ମଧ୍ୟ ଗୁଳିମାଡ଼ ସ୍ଥଳରେ ପହଞ୍ଚି ଯାଇଥିଲା । ସିକ୍ରେଟ୍ ସର୍ଭିସ ସହ ମିଶି ଏଫବିଆଇ ଘଟଣାର ଯାଞ୍ଚ କରୁଛି ।ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ଟ୍ରମ୍ପଙ୍କ ଉପରେ ଗୁଳିମାଡ଼କୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ସେ ଏହି ଘଟଣାରେ ଆହତ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଛନ୍ତି । ଗଣତନ୍ତ୍ର ଏବଂ ରାଜନୀତିରେ ହିଂସାର ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ପେନ୍ସ୍ଲେଭାନିଆରେ ଆୟୋଜିତ ଏକ ରାଲିରେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ଗୁଳି ଶବ୍ଦ ଶୁଣି ତାଙ୍କର ଅଙ୍ଗରାଖୀମାନେ ତାଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ । ଏହି ସମୟରେ ତାଙ୍କର ଡାହାଣ କାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ହେଲେ ସେ ଏବେ ବିପଦ ମୁକ୍ତ ରହିଛନ୍ତି । ଅନ୍ୟପଟେ ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |