ପୁରୀ ,୧୫।୭: ଆଜି ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା । ସରିଲା ଜନ୍ମ ବେଦୀର ଲିଳାଖେଳା । ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁ ଆଜି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ରଥଗୁଡ଼ିକ ବାହାରିଛନ୍ତି। ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ପ୍ରଥମେ ତାଳଧ୍ବଜରେ ବଡ଼ଠାକୁର ବାହାରିଛନ୍ତି। ହଜାର ହଜାର ଭକ୍ତ ଶ୍ରଦ୍ଧାର ସହିତ ମହାପ୍ରଭୁଙ୍କ ରଥକୁ ଟାଣୁଛନ୍ତି। ଆରମ୍ଭ ହେଲା ରଥଟଣା ପ୍ରଥମେ ବଡ଼ ବାଡ଼ ବଳଭଦ୍ରଙ୍କ ରଥଟଣା ଆରମ୍ଭ । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ପରିବେଶ । ଶ୍ରୀମନ୍ଦିର ଅଭିମୁଖେ ରଥ ଟାଣି ଆଣୁଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ । ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ଠାକୁର ପ୍ରଭୁ ବଳଭଦ୍ର, ପରେ ମା’ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇ ରଥକୁ ବିରାଜିଥିଲେ । ରଥ ଉପରେ ଗଜପତି ମହାରାଜଙ୍କ ଛେରା ପହଁରା ନୀତି ଶେଷ ପରେ ଗଡ଼ିଲା ମହାପ୍ରଭୁ ବଳଦେବଙ୍କ ରଥ ।ସେପଟେ ଗୁଣ୍ଡିଚା ମନ୍ଦିର ବିଜେ ସମୟରେ ଘଟିଥିବା ଅଘଟଣକୁ ଦୃଷ୍ଟିରେ ରଖି ଏଥର ରଥ ଉପରକୁ ସେବାୟତମାନେ ମୋବାଇଲ ନେଇ ପାରିବେ ନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ଏଥି ସହିତ ଶୃଙ୍ଖଳିତ ବାହୁଡ଼ା ଯାତ୍ରା ପାଇଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେବାୟତ ହୁଅନ୍ତୁ କିମ୍ବା ଭକ୍ତ ସମସ୍ତେ ସରକାରଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଥିବା ଏସଓପିରେ କୁହାଯାଇଛି । ପ୍ରଶାସନର ବ୍ୟାପକ ବ୍ୟବସ୍ଥା । ଏସବୁ ଭିତରେ ରଥରେ ଅଣସେବାୟତ ଦେଖି ତୁରନ୍ତ ତଳକୁ ଓହ୍ଲାଇଦେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । କିଏ, କାହିଁକି ରଥ ଉପରେ ଚଢ଼ିଥିଲେ ତଦନ୍ତ ହେବା ନେଇ ଅରବିନ୍ଦ ପାଢ଼ୀଙ୍କ ସୂଚନା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |