କଡ଼ା ଚେତାବନୀ ସତ୍ତ୍ବେ ରଥ ଉପରକୁ ମୋବାଇଲ ନେଇ ଭିଡିଓ କରୁଛନ୍ତି ସେବାୟତ

ପୁରୀ,୧୫।୭: କଡ଼ା ଚେତାବନୀ ସତ୍ତ୍ବେ ବାହୁଡ଼ା ଯାତ୍ରାରେ ସେବାୟତମାନେ ମୋବାଇଲ ଧରି ଭିଡିଓ କରୁଥିବାର ଦେଖିବାକୁ ମିଳିଛି। ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଚିତ୍ର ଦେଖିବା ପରେ ସେବାୟତ ବଡ ନା ମୁଖ୍ୟ ପ୍ରଶାସକ ବଡ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ମହାପ୍ରଭୁଙ୍କ ସେବାରେ ବାରମ୍ବାର ବିଭ୍ରାଟ ଦେଖାଯାଉଛି। ଅନେକ ସମୟରେ ନିର୍ଦ୍ଧାରିତ ସମୟ ଅନୁସାରେ ନୀତିକାନ୍ତି ମଧ୍ୟ ସଂପନ୍ନ ହୋଇପାରୁ ନାହିଁ। ଦାୟିତ୍ବରେ ଥିବା ସେବାୟତମାନେ ପ୍ରଶାସନର ମାର୍ଗଦର୍ଶିକାକୁ ଖାତରି କରୁ ନାହାନ୍ତି। ଗତ ମଙ୍ଗଳବାର ସନ୍ଧ୍ୟାରେ ବଡ଼ଠାକୁରଙ୍କ ଆଡ଼ପ ପହଣ୍ଡି ସମୟରେ ଘଟିଥିବା ଅଘଟଣକୁ ଜଗନ୍ନାଥ ପ୍ରେମୀ ଓ ରାଜ୍ୟବାସୀ ଭୁଲି ନଥିବା ବେଳେ ଆଜି ବାହୁଡ଼ାଯାତ୍ରା ଅବସରରେ ଥର ଉପରେ ସେବାୟତ ଓ ସେବାୟତମାନେ ବିଶୃଙ୍ଖଳିତ ଆଚରଣ କରିଛନ୍ତି। ରଥ ଉପରେ ଅଣସେବାୟତ ଚଢ଼ିବା ଓ ରଥ ଉପରେ ଥାଇ ସେବାୟତମାନେ ମୋବାଇଲ ମାଧ୍ୟମରେ ଭିଡିଓ ସୁଟିଂ କରିବା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି।ବଳଭଦ୍ରଙ୍କ ପହଣ୍ଡି ଅଘଟଣ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କଡ଼ା ଚେତାବନୀ ଦେଇ କହିଥିଲେ, ରଥ ଉପରକୁ ସେବାୟତମାନେ ମୋବାଇଲ ନେଇପାରିବେ ନାହିଁ। ଏଥିସହ ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ। ସେହପରି ରଥ ଉପରକୁ ଅନୁମତି ପାଇନଥିବା ସେବାୟତ ଓ ଅଣସେବାୟତମାନେ ଚଢିପାରିବେ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଡା ନିର୍ଦ୍ଦେଶ ଦେଇଥିଲେ। ହେଲେ ନିୟମକୁ ଫୁ କରି ଆଜି ଜଣେ ଅଣସେବାୟତ ସେବାୟତ ବେଶରେ ଦର୍ପଦଳନ ରଥରେ ଚଢ଼ିଯାଇଥିଲେ। ଏହା ପରେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହାତ ଧରି ତାଙ୍କୁ ଟାଣି ଟାଣି ଓହ୍ଲାଇଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!