ନବରଙ୍ଗପୁର(ମିହୀର ଶଙ୍କର ପାତ୍ର),,୧୫।୭ :-ଡାବୁଗାଁ ରେ ଧୁମଧାମରେ ପାଳନ କରାଯାଇଛି ବାହୁଡ଼ା ଯାତ୍ରା। ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଆରମ୍ବ ହୋଇ ଯାଇଥିଲା ପ୍ରବଳ ବର୍ଷା। ତଥାପି ଶ୍ରଦ୍ଧାଳୁ ଭକ୍ତ ମାନେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରଥକୁ ଭକ୍ତି ର ସହ ଟାଣି ଆଣି ଥିଲେ। ଛେରାପହଁରା କରିଥିଲେ ଉପ ସଭାପତି ଜେ ପାନ୍ତୁଲୁ ରାଓ । ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବିଡ଼ିଓ ଶରତ ମାଝୀ, କେଲିଆ ମନ୍ଦିର ସଂପାଦକ ଦେବରାଜ ପାତ୍ର, ଜଗନ୍ନାଥ ମନ୍ଦିର କାମେଟି ସଦର୍ଶ ମାନେ , ବିଜେଡି ସଭାପତି ସୁରେଶ ମିଶ୍ର, ହିନ୍ଦୁ ମହାସଂଘ ସଭାପତି ଜୟନ୍ତ କୁମାର ପାତ୍ର ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଆଜି ସଖାଳଠୁ ଚଳଚଞ୍ଚଳ ହୋଇ ଉଠିଥିଲା ଡାବୁଗାଁ ଅଂଚଳ ।ଶତାଧିକ ଭକ୍ତଙ୍କ ଗୋହଳି ଚହଲି ଦେଖି ପୋଲିସ ପେଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |