ନବରଙ୍ଗପୁର(ମିହୀର ଶଙ୍କର ପାତ୍ର),,୧୫।୭:ପାପଡାହାଣ୍ଡି ଟୁରିନଦୀ ଉପରେ ଥିବା ବହୁଦିନର ପୋଲ ଭଙ୍ଗା ଯାଇ ନୂତନ ପୋଲ ନିର୍ମାଣଚାଲୁ ରହିଥିବା ବେଳେ ଯାତାୟତ ପାଇଁ ଡ଼ାଇଭର୍ସନ ରାସ୍ତା ନିର୍ମାଣ ହୋଇଥିଲା, ଏହି ଡ଼ାଇଭର୍ସନ ର ପୋଲ ଉପରେ ବର୍ଷା ପାଣି ୬ ଫୁଟ ଚାଲୁଥିବାରୁ ଗମନା ଗମନ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି l ୨ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଡ଼ାଇଭର୍ସନ ପୋଲ ଉପରେ ୬ ଫୁଟ୍ ପାଣି ବୋହିବାରୁ ଯୋଗାଯୋଗ ହୋଇଛି ବିଚ୍ଛିନ୍ନ। ଏହା ଦ୍ୱାରା ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ନବରଙ୍ଗପୁର ଜିଲ୍ଲା ର ୫ ଟି ବ୍ଲକ ଅସ୍ଥାୟୀ ଭାବେ ବିଚ୍ଛିନ୍ନ ହେବା ସହ ପାପଡ଼ାହାଣ୍ଡି ନିକଟସ୍ଥ ରେ ଥିବା ଗ୍ରାମ୍ୟ ଅଞ୍ଚଳ ମଧ୍ୟ ଗମନାଗମନ ପ୍ରତି ପ୍ରଭାବିତ ହୋଇଛି। ଟୁରୀ ନଦୀ ଦୁଇ ପାର୍ଶ୍ବ ରେ ପାପଡ଼ାହାଣ୍ଡି ପୋଲିସ ଓ ଅଗ୍ନିଶମ ବିଭାଗ ମାନେ ରହି ଗାଡ଼ିମଟର ଅଟକାଇଛନ୍ତି l ଗ୍ରାମପଞ୍ଚାୟତ ଯୋଗାଯୋଗ ବିଛିନ୍ନ ହୋଇ ଥିବାରୁ ଗ୍ରାମବାସୀ ପଞ୍ଚାୟତସମିତିକୁ ଆସି ପାରୁ ନାହାନ୍ତି। ପାପଡ଼ାହାଣ୍ଡି ଠାରୁ ଉମରକୋଟ ଅଭିମୁଖେ ଛତିଶଗଡ ସହିତ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଏହି ଦୃଶ୍ୟ ଦେଖିବା କୁ ସ୍ଥାନୀୟ ଲୋକଙ୍କ ଗହଳି ମଧ୍ୟ ହୋଇଥିଲା ।ଏଡିଏମ୍ ନବୀନ ନାୟକ, ବିଡିଓ କପିଲ ଦେବ ସାହୁ, ତହସିଲ ଦାର ତପନ ନାୟକ ପ୍ରମୁଖ ଉକ୍ତ ନଦୀ ନିକଟ ରେ ପହଞ୍ଚି ପରିଦର୍ଶନ କରିଥିଲେ । ସୂଚନା ଥାଉକି ଡାବୁଗାଁ ବ୍ଳକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଥିବାରୁ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଙ୍କ ସହ ଅନ୍ୟ ଅଧିକାରୀମାନେ ମଇଦଲପୁର ଦେଇ ଡାବୁଗାଁ ରେ ପହଂଚି ଜନଶୁଣାଣି କରି ସାରି ମାଉସୀ ମା ଙ୍କ ମନ୍ଦିରରେ ପ୍ରସାଦ ସେବନ କରି ମଇଦଲପୁର ଦେଇ ନବରଙ୍ଗପୁର ଫେରିଥିଲେ।ବର୍ଷା ଆଗରୁ ଠିକାଦାର ସମ୍ପୃକ୍ତ ପୋଲ ନିର୍ମାଣ କରିଥିଲେ ଆଜି ରାସ୍ତା ବିଚ୍ଛିନ୍ନ ହୋଇ ନ ଥାନ୍ତା l ବର୍ଷା ଦିନ ରେ ଯାତାୟତ ର ସୁଧାର ହୋଇ ପାରିବ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି l ଏଥି ନେଇ ପ୍ରଶାସନର ବିଚାର ଉପରେ ଜନସାଧାରଣ ନିର୍ଭର ରହିଛନ୍ତି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |