ଆସନ୍ତାକାଲି ଅନୁଷ୍ଠିତ ହେବ ସୁନାବେଶ, ନୀତି ନିର୍ଘଣ୍ଟ

ପୁରୀ,୧୬।୭: ମହାପ୍ରଭୁଙ୍କ ରଥଯାତ୍ରା ପରେ ଗତକାଲି ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥିଲା ।   ସୁନାବେଶ ପାଇଁ ନୀତି ନିର୍ଘଣ୍ଟ ହୋଇଛି। ମହଣ ମହଣ ସୁନା ପିନ୍ଧି ବଧବାର ରଥ ଉପରେ ଦର୍ଶନ ଦେବେ ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର। ଏଥିପାଇଁ ସବୁ ସମୟ ଧାର୍ଯ୍ୟ କରାଯାଇଛି।ଏହାପରେ ଆଜି ଅର୍ଥାତ ମଙ୍ଗଳବାର ଦିନ ତିନି ଠାକୁରଙ୍କର ସୁନାବେଶ ହୋଇଥାଆନ୍ତା। ତେବେ ଏହାରି ମଧ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଆସିଛି ଯେ, ଆସନ୍ତାକାଲି ପୁରୀରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହେବ ।ସୁନାବେଶ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା କାଲି ସକାଳ ୬ଟାରେ ମଙ୍ଗଳ ଆଳତି ନୀତି କରାଯିବ । ଦିନ ୧୦ଟା ୩୦ ସୁଦ୍ଧା ଗୋପାଲବଲଭ ଭୋଗ ନୀତି ରହିଛି । ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ହେବ । ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ସୁନାବେଶ ହେବ । ରାତି ୧୦ଟା କିମ୍ବା ୧୧ଟା ଯାଏଁ ଦୁର୍ଲଭ ବେଶରେ ଦର୍ଶନ ଦେବେ ତିନି ଠାକୁର ।ବୁଧବାର ବିଶ୍ୱନିୟନ୍ତାଙ୍କ ସୁନାବେଶ । ମହଣ ମହଣ ଅଳଙ୍କାରରେ ଝଟକିବେ ମହାପ୍ରଭୁ । ପୁରି ଉଠିବ ସିଂହଦ୍ୱାର, ଉଚ୍ଛୁଳିବ ବଡ଼ଦାଣ୍ଡ । ସକାଳୁ ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୁଢ଼ ୩ ଠାକୁର । ମହାପ୍ରଭୁଙ୍କ ସୁନା ବେଶରେ ବ୍ୟବହୃତ ଅଳଙ୍କାର ସବୁ ଗତ ୧୪ ତାରିଖରେ ଅସ୍ଥାୟୀ ବାହାର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି ।ତେଣୁ ସେଠାରୁ ହିଁ ଆସନ୍ତାକାଲି ଅଳଙ୍କାର ଆଣି ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ସଂପନ୍ନ ହେବ । ମାନବୀୟ ଲୀଳା କରୁଥିବା ପ୍ରଭୁ ଶ୍ରୀବଳଭଦ୍ର ଧାରଣ କରିବେ ଶ୍ରୀପୟର, ଶ୍ରୀଭୂଜ, କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ସହ ବିଭିନ୍ନ ପ୍ରକାରର ମାଳି । ସେହିପରି ଦେବୀ ସୁଭଦ୍ରାଙ୍କ ମସ୍ତକରେ କିରିଟ, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, କାନ, ଆଡକାନି, କଦମ୍ବମାଳି, ସେବତୀମାଳି ସହ ପରିଧାନ କରିବେ ୨ଟି ତଗଡ଼ି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!