୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ

କଟକ,୧୬।୭: ଆସନ୍ତା ୨୧ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ।୨୧ ତାରିଖରୁ ଏହା ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୮୩ଟି କେନ୍ଦ୍ରରେ ୯୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।ଜୁଲାଇ ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ବୋର୍ଡ ୱେବସାଇଟ୍‌ରେ ଆଡ୍‌ମିଟ୍ କାର୍ଡ ଉପଲବ୍ଧ କରାଯାଇଛି। ଆଜି ମାଧ୍ୟମକି ଶିକ୍ଷା ପରିଷଦ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦିଆଯାଇଛି।ଛାତ୍ରଛାତ୍ରୀମାନେ www.bseodisha.ac.inକୁ ଯାଇ ସେମାନଙ୍କ ଆଡ୍‌ମିଟ୍ କାର୍ଟ ଡାଉନ୍‌ଲୋଡ୍ କରିପାରିବେ। ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (SOSC) ଦେବାକୁ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ସେମାନଙ୍କ ଆଡ୍‌ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ସେମାନଙ୍କ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୮୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି।ସେହିଭଳି SOSC ପରୀକ୍ଷା ପାଇଁ ୧୨୧ଟି କେନ୍ଦ୍ର କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ମୋଟ ୨୪ ହଜାର ୫୨୦ ଜଣ ପରୀକ୍ଷା ଦେବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!