ନବରଙ୍ଗପୁର(ମିହିର ଶଙ୍କର ପାତ୍ର) , ୧୭।୭ :ଆଜି ସକାଳ 10 ଘଣ୍ଟା ଠାରୁ ପାପଡାହାଣ୍ଡି ଟୁରି ନଦୀ ଅସ୍ଥାୟୀ ପୋଲ ନିର୍ମାଣ ଚାଲିଥିବାରୁ ଡାବୁଗାଁ ଠାରୁ ମୈଦଳପୁର ବାଇପାସ ରାସ୍ତାଦେଇ ଶତାଧିକ ଗାଡି ଚାଲିଛି। ଏଵଂ ଡାବୁଗାଁ ଠାରୁ ମାନିଗାଁ ରାସ୍ତା ପର୍ଯ୍ୟନ୍ତ ରାସ୍ତାକାମ ଚାଇଥୁବାରୁ ଡାବୁଗାଁ ଅଂଚଳରେ ଟ୍ରାଫିକ ସମସ୍ୟା ଯୋଗୁଁ ସମସ୍ୟା ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା ଠାରୁ ଆରମ୍ବ କରି ଶତାଧିକ ଗାଡି। ଅବଧି ସରିବା ପରେ ମଧ୍ୟ୍ୟ ଜଗନ୍ନାଥ ମନ୍ଦିର ନିକଟରେ ଠିକାଦାରର ଅବହେଳା ଯୋଗୁଁ ରାସ୍ତା ମରାମତି ହୋଇ ପାରିଲା ନାହିଁ? ତେଣୁ ଟ୍ରାଫିକ ସମସ୍ୟାସୃଷ୍ଟି ହେବା ଫଳରେ ଅଟକିଲା ଶତାଧିକ ଗାଡି, ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ପ୍ରୟାସ ଜାରି ରଖିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |