ଏସସିବିରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ

କଟକ,୧୭।୭: କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ ଆନ୍ଦୋଳନର ରୂପ ନେଇଛି। ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଉସ ସର୍ଜନ ସଂଘ। ଜରୁରୀକାଳୀନ ବିଭାଗକୁ ଛାଡ଼ି ଇନ୍ ଡୋର ଓ ଆଉଟଡୋର୍‌ରେ ସେବା ବନ୍ଦ କରିଛନ୍ତି। ଫଳରେ ଏସସିବିରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।ଏସସିବି ମେଡିକାଲରେ ଘନେଇବାରେ ଲାଗିଛି ନର୍ସିଂ ଅଫିସର୍‍ ଓ ହାଉସ ସର୍ଜନଙ୍କ ବିବାଦ । ନର୍ସିଂ ଅଫିସରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବେ ନର୍ସିଂ ସଂଘ । ଆସନ୍ତାକାଲିଠୁ ପ୍ରତିବାଦ କରିବେ ନର୍ସିଂ ଅଫିସର । ଏନେଇ ଓଡ଼ିଶା ନର୍ସିଂ ସଂଘର ଏସସିବି ଶାଖା ସମ୍ପାଦିକା ସରୋଜିନୀ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କାଲିଠୁ ସାରା ରାଜ୍ୟରେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର । ତିନି ଦିନ ପ୍ରତିକାତ୍ମକ ଆନ୍ଦୋଳନ କରିବେ, ଉପୁଜିଥିବା ବିବାଦର ଶୀଘ୍ର ସମାଧାନ ନହେଲେ ୨୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଆନ୍ଦୋଳନ ଯୋଗୁ ଏସସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ନର୍ସିଂ ସଂଘର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ୩ ଡାକ୍ତର ସଂଘ । ଏସସିବି ଜୁନିୟର ଡାକ୍ତର ସଂଘ, ଏସସିବି ଡାକ୍ତର ଛାତ୍ର ସଂଘ ଓ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ନର୍ସିଂ ସଂଘକୁ ସମର୍ଥନ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!