ଛତିଶଗଡ୧୮।୭: ଛତିଶଗଡରେ ନକ୍ସଲଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ବିଜାପୁର ଜିଲ୍ଲା ତାରେମ୍ ଥାନା ମାଣ୍ଡିମାର୍କା ଜିଲ୍ଲାରେ ବିସ୍ଫୋରଣ ହୋଇଛି। ସିଆରପିଏଫ୍ ଓ ଡିଆରଜି ଯବାନଙ୍କ କମ୍ବିଂ ବେଳେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪ ଜଣ ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। ସହିଦ ଯବାନ ହେଲେ ଏସ ଟି ଏଫ ବାଟାଲିୟନର କନେଷ୍ଟବଳ ଭାରତ ସାହୁ ଏବଂ ସତେର ସିଂହ କାଙ୍ଗେ। ଆହତ ଯବାନମାନେ ହେଲେ ପୁରୁଷୋତ୍ତମ ନାଗ,କୋମଳ ଯାଦବ,ସିୟାରମ ସୋରି ଓ ସଞ୍ଜୟ କୁମାର। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପେରସନ ଜୋରଦାର କରୁଛନ୍ତି।ଗତ କିଛି ଦିନ ହେବ ପୁଲିସ୍ ର ଘନ ଘନ ଅପରେସନ୍ ମାଓବାଦୀଙ୍କୁ ଏକ ଶକ୍ତ ଝଟକା ଦେଇଛି। ତେଣୁ ମାଓବାଦୀମାନେ ପୁଲିସ୍ କୁ ଟାର୍ଗେଟ୍ କରିବା ପାଇଁ ଏଭଳି ରଣନୀତି କରିଥିବା ଜଣାପଡିଛି। ସେପଟେ ବୁଧବାର ମହାରାଷ୍ଟ୍ର ଗଡଚିରୋଲିରେ ମଧ୍ୟ ବଡ ଧରଣର ମାଓ ଏନକାଉଣ୍ଟର ହୋଇଥିଲା। ଏଥିରେ ୧୨ଜଣ ମାଓବାଦୀ ନିହତ ହୋଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |