ପୁରୀ,୧୮।୭: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଖୋଲିଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍ ଉପସ୍ଥିତିରେ ଆଜି ଭଣ୍ଡାର ଖୋଲାଯାଇଛି।ସୁରୁଖୁରୁରେ ସମ୍ପନ୍ନ ହେଲା ଭିତର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତର । ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ସ୍ଥାନାନ୍ତର ପାଇଁ ପ୍ରାୟ ସାଢ଼େ ୭ ଘଣ୍ଟା ସମୟ ଲାଗିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗୁରୁବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ଭଣ୍ଡାର ଘରୁ ସମସ୍ତ ଅଳଙ୍କାର ଖଟଶେଯ ଗୃହରେ ହୋଇଥିବା ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଅଳଙ୍କାର ସ୍ଥାନାନ୍ତର ପରେ ତଦାରଖ ଟିମ୍ ଭଣ୍ଡାର ଘରୁ ବାହାରିବା ପରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରକୁ ଲକ୍ କରାଯାଇଛି । ଅଳଙ୍କାର ସ୍ଥାନାନ୍ତରର ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି ।ଅଳଙ୍କାର ସ୍ଥାନାନ୍ତର ପରେ ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥ ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ଖଟଶେଯ ଗୃହକୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରିତ ହୋଇଛି । ରତ୍ନଭଣ୍ଡାରରେ ଥିଲା ୪ଟି ଆଲମିରା ଓ ୩ଟି ସିନ୍ଦୁକ । ଏଥିରୁ ୩ଟି କାଠ ଆଲମିରା ହୋଇଥିବା ବେଳେ ଗୋଟିଏ ଷ୍ଟିଲ ଆଲମିରା ଥିଲା । ଯାହାକୁ ସ୍ଥାନାନ୍ତର କରାଯାଇଛି|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |