ନବରଙ୍ଗପୁର,୨୧।୭: ଲଘୁଚାପ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଥିବା ଏକ ରାଇସ ମିଲ୍ ଓ ଗୋଦାମ ଘର ରବିବାର ଭୁଶୁଡ଼ି ପଡ଼ିଛି। ହେଲେ ଗୋଦାମ ଘରେ ନିୟୋଜିତ କର୍ମଚାରୀ ବାହାରକୁ ଖାଇବାକୁ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତୀଯାଇଛନ୍ତି। ଗୋଦାମ ଦୁଇ ମମଲା ରହିଥିଲା।ଚାଉଳର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ଯେଉଁ ଚାଉଳ ରହିଛି ତାହା ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଯୋଗାଣ ପାଇଁ ରହିଥିଲା। କୋଠଟି ଦୁଇ ମହଲା ବିଶିଷ୍ଟ ରହିଥିବା ବେଳେ ୫ ଜଣ କର୍ମଚାରୀ ମିଲରେ ରହୁଥିଲେ। ସମସ୍ତ କର୍ମଚାରୀ ରାତ୍ରି ଭୋଜନ ପାଇଁ ବାହାରକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବାରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଅନ୍ୟପକ୍ଷେ ରାଇସମିଲ୍ରେ ଥିବା ହଜାର ହଜାର କୁଇଣ୍ଟାଲ ଧାନ ଏବଂ ଚାଉଳ ପାଣିରେ ଭିଜିବା ସହ ପୋତି ହୋଇ ନଷ୍ଟହେବା ଆଶଙ୍କା ପ୍ରକାଶ କରିଛନ୍ତି ରାଇସ ମିଲ୍ ମାଲିକ ବିକାଶ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି। ଏପରି କି ବିଭାଗୀୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିବା ମାଲିକ ବିକାଶ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ରାଇସ୍ ମିଲ୍ରେ ୩ହଜାର କୁଇଣ୍ଟାଲ ଧାନ ଚାଉଳ ଥିବା ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |