ଆଜିଠୁ ବଜେଟ୍ ଅଧିବେଶନ

ଭୁବନେଶ୍ୱର,୨୨।୭:ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏବଂ ମୋହନ ସରକାରର ଏହା ପ୍ରଥମ ବଜେଟ୍ ଅଧିବେଶନ । ଏଥିରେ ୨୭ଟି କାର୍ଯ୍ୟଦିବସ ରହିଛି । ରାଜ୍ୟରେ ଭାଜପା ସରକାରର ଏହା ପ୍ରଥମ ଅଧିବେଶନ। ୨୪ବର୍ଷ ପରେ ବିଜେଡି ବିରୋଧୀ ଦଳରେ ବସିଛି। ତେଣୁ ୨୭ ଦିନିଆ ବିଧାନସଭା ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି। ଭାଜପା ସରକାର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଲାଗି ବିଜେଡି ପ୍ରସ୍ତୁତ ହୋଇଛି। ଏହି ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଇଛି। ଅନ୍ୟପକ୍ଷେ ଅଧିବେଶନ ଆରମ୍ଭରୁ ହିଁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ପ୍ରଥମେ ଗୃହରେ ବିଧାୟକମାନଙ୍କ ଜୟ ଶ୍ରୀରାମ ଏବଂ ଜୟ ଜଗନ୍ନାଥ ନାରା ଶୁଣିବାକୁ ମିଳିଥିଲା। ପରେ ଓଡ଼ିଆ ଅସ୍ମିତା କଥା ଉଠାଇ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛିଡା ହେଇ ପ୍ରତିବାଦ କରିଥିଲେ। ଏହା ସହିତ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ । ଶେଷରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ସମୟରେ ବିରୋଧୀ କକ୍ଷତ୍ୟାଗ କରିଥିଲେ । ଏହି ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ।ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ଏହାପରେ ଧନ୍ୟବାଦ ପ୍ରସ୍ତାବ ଆସିବ ।ଆସନ୍ତା ୨୫ ତାରିଖରେ ଗୃହରେ ଉପସ୍ଥାପନ ହେବ ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଅଧିବେଶନ ପାଇଁ ବିଜେପି ଓ ବିଜେଡି ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଏହି ଅଧିବେଶନ ମୋହନ ସରକାର ପାଇଁ ବେଶ ଚାଲେଞ୍ଜିଂ ରହିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!