ନୂଆଦିଲ୍ଲୀ,୨୫ା୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ୨ ବର୍ଷ ପୂରଣ କରିବା ପରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ସେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି।ରାଷ୍ଟ୍ରପତି ପିଲାମାନଙ୍କୁ ଗ୍ଲୋବାଲ ଓ୍ବାର୍ମିିଂ ବିଷୟରେ ପଢ଼ାଇଛନ୍ତି। ସେ ପିଲାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଯେପରିକି ଆମର କେତୋଟି ଋତୁ। ସେଥିମଧ୍ୟରୁ ଆମେ କେଉଁ ଋତୁକୁ ଅନୁଭବ କରୁଛେ। ପିଲାମାନେ ମଧ୍ୟ ଖୁବ୍ ସୁନ୍ଦର ଭାବେ ଉତ୍ତର ରଖିଛନ୍ତି। ପିଲାମାନେ କହିଥିଲେ, ଆମେ ୩ଟି ଋତୁକୁ ଅନୁଭବ କରୁଛେ |ରାଷ୍ଟ୍ରପତି ଭାବେ ଦୁଇ ବର୍ଷର କାର୍ଯ୍ୟକାଳ ପୂରଣ ଅବସରରେ ସେ ଶିକ୍ଷକ ଭୂମିକାରେ ନଜର ଆସିଥିଲେ । ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ପିଲାଙ୍କୁ ପାଠ ପଠାଇଥିଲେ ରାଷ୍ଟ୍ରପତି। ଏ ଅବସରରେ ପିଲାଙ୍କ ସହ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା କରିବା ସହ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ମାର୍ଗଦର୍ଶନ ଦେଇଛନ୍ତି ଦ୍ରୌପଦୀ ମୁର୍ମୁ। ପରିବେଶର ସୁରକ୍ଷା ପାଇଁ ଗଛ ଲଗାଇବା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ କାମ କରିବାକୁ ସେ ପିଲାଙ୍କୁ ଆହ୍ବାନ ଦେଇଥିଲେ । ରାଷ୍ଟ୍ରପତିଙ୍କୁ ଆଜି ଶିକ୍ଷକ ଭୂମିକାରେ ପାଇ ପିଲା ମାନେ ବି ବେଶ ଉତ୍ସାହିତ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |