ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୫ା୭ :-ଡାବୁଗାଁ ମୈଦଲପୁର ରାସ୍ତା ପ୍ରଶାସ୍ତି କରଣ ଡାବୁଗାଁ ମଝିରେ ଅଟକି ରହିଥିଲା। ଆଜି ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ତଥା ପୁଲିସ ର ଉପସ୍ଥିତି ରେ ଡାବୁଗାଁ ରାଜସ୍ବ ନିରୀକ୍ଷକ ଶ୍ରୀ ଚୈତନ୍ୟ ବେହେରା ଜମି ଚିହ୍ନଟ କଲେ।ପ୍ରକାଶ ଥାଉକି ଡାବୁଗାଁ ଉପକଣ୍ଠରେ ଥିବା ମାନିଗାଁ ନଦୀ ବ୍ରିଜ ପୂର୍ବରୁ ରାସ୍ତା ତିଆରିରେ କେତେଜଣ ରୟତଙ୍କ ଜମି ଉପରେ ମାଟି ପକାଇ ରାସ୍ତା ପ୍ରଶାସ୍ତ କରାଗଲା କିନ୍ତୁ କୌଣସି ରୟତଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇନ ନାହିଁ। ଆବାସ୍ୟ ସେ ସମୟରେ ବିଜେଡି ସରକାର ଥିଲା। ବର୍ତ୍ତମାନ ଶ୍ରାବଣ ମାସରେ ପ୍ରକ୍ରିୟା ଆରମ୍ବ କରାଯାଇଛି। ଶ୍ରମିକ ମାନେ ନିଜ ନିଜର ଚାଷବାସରେ ମାତିଛନ୍ତି, ଲୋକଙ୍କ ଘର, କାନ୍ତ ଭଙ୍ଗାହେଲେ ପୁନଃ ନିର୍ମାଣ ପାଇଁ ହଇରାଣ ହେବେ। ଆଗକୁ ଗାଁ ଭିତରେ କେତେକ ଜାଗାରେ ରାସ୍ତାର ଗୋଟିଏ ପଟେ ନାଳ ଥିଲା। ବର୍ତ୍ତମାନ ରାସ୍ତାର ଉଭୟପଟେ ନାଳ ରହୁ ବୋଲି ଲୋକ କହୁଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ।ବର୍ଷା ଦିନେ ”ମେରି ରାୟ ଶାସନ ନୀତି ” ଲୋକଙ୍କ ମୁଣ୍ଡ ଉପରେ ଲଦି ଦିଆ ନଯାଉ ବୋଲି ବୁଦ୍ଧି ଯିବି ତଥା ବରିଷ୍ଟ ନାଗରିକ ମାନେ ମତ ଦେଉଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!