ବଦଳିବ ରାଷ୍ଟ୍ରପତି ଭବନର ଦରବାର ହଲ୍‌

ନୂଆଦିଲ୍ଲୀ,୨୫ା୭: ରାଷ୍ଟ୍ରପତି ଭବନର ଦରବାର ହଲ୍‌ ଏବଂ ଅଶୋକ ହଲ୍‌ର ନାମ ପରିବର୍ତ୍ତନ କରାଯାଇଛି। ଦରବାର ହଲ୍‌ ନାଁ ପରିବର୍ତ୍ତନ ହୋଇ ‘ଗଣତନ୍ତ୍ର ମଣ୍ଡପ’ ଏବଂ ଅଶୋକ ହଲ୍‌ ନାଁ ପରିବର୍ତ୍ତନ ହୋଇ ‘ଅଶୋକମଣ୍ଡପ’ ନାମରେ ପରିଚିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ହଲ୍‌ର ନାଁ ବଦଳାଇଛନ୍ତି। ରାଷ୍ଟ୍ରପତି ଭବନରେ ଥିବା ଦରବାର ହଲ ନାଁ ଗଣତନ୍ତ୍ର ମଣ୍ଡପ ହୋଇଛି। ସେହିପରି ଅଶୋକ ହଲ୍‌ ନାଁ ଅଶୋକ ମଣ୍ଡପକୁ ପରିବର୍ତ୍ତନ କରାଯାଇଛି। ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ପରିଚୟକୁ ଅଧିକ ରୁଦ୍ଧିମନ୍ତ କରିବାକୁ ଏପରି ପଦକ୍ଷେପ ନିଆଯାଇଥିବା ସରକାର କହିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏପରି ନାଁ ପରିବର୍ତ୍ତନ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧକୁ ପ୍ରତିଫଳିତ କରିବ। ରାଷ୍ଟ୍ରପତି ଭବନକୁ ଅଧିକ ବ୍ୟବହାର ଯୋଗ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ରାଷ୍ଟ୍ରପତି ଭବନ, ଅଫିସ ଓ ଭାରତୀୟ ରାଷ୍ଟ୍ରପତିଙ୍କ ବାସଭବନ ଦେଶର ପ୍ରତିମ୍ବିବ। ଏହା ଲୋକଙ୍କ ଅମୂଲ୍ୟ ଐତିହ୍ୟ।ଏହି ଦରବାର ହଲ୍‌ରେ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ ସମାରୋହ ପରି ବଡ଼ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଦରବାର ଶବ୍ଦ ଭାରତୀୟ ଶାସକ ଏବଂ ବ୍ରିଟିଶମାନଙ୍କର କୋର୍ଟ ଏବଂ ସମାବେଶ ସହିତ ଜଡ଼ିତ, ଯେଉଁଠାରେ ସେମାନେ ସେମାନଙ୍କର କାର୍ଯ୍ୟ ପରିଚାଳନା କରୁଥିଲେ। ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତ ଏକ ଗଣତନ୍ତ୍ର ହେବା ପରେ ଏହାର ପ୍ରାସଙ୍ଗିକତା ଶେଷ ହେଲା। ପ୍ରାଚୀନ କାଳରୁ ଗଣତନ୍ତ୍ରର ଅବଧାରଣା ଭାରତୀୟ ସମାଜରେ ଗଭୀର ଭାବରେ ଯୋଡ଼ି ହୋଇଛି। ତେଣୁ ଦରବାର ହଲ୍‌ ପାଇଁ ‘ଗଣତନ୍ତ୍ର ମଣ୍ଡପ’ ନାମଟି ଅତ୍ୟନ୍ତ ପ୍ରଯୁଜ୍ୟ ଅଟେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!