ଶୁଭୁନି ବେଙ୍ଗ ମାନଙ୍କ କେଁ କଟର ଶବ୍ଦ

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୮।୭ :-ଆରମ୍ଭ ହୋଇଯାଇଛି ବର୍ଷା ଋତୁ। ଦିନ ଥିଲା ବର୍ଷା ଋତୁରେ ସଂଧ୍ୟା ହେବା କ୍ଷଣି ବେଙ୍ଗ ମାନଙ୍କ କେଁ କଟର ଶବ୍ଦ ରେ କାନ ଫାଟି ପଡ଼ୁଥିଲା।ଉଭୟ ଅଣ୍ଡିରା ଓ ମାଈ ବେଙ୍ଗ ନିଜ ସାଥୀକୁ ଆକୃଷ୍ଟ କରିବାକୁ ଭିନ୍ନ ଭିନ୍ନ ଶବ୍ଦ କରିଥାନ୍ତି। ବର୍ଷା ଋତୁରେ ରାସ୍ତା କଡ ଜୋର ଠାରୁ ଆରମ୍ଭ କରି ପୋଖରୀ, ନାଳ ସବୁ ଆଡ଼େ ପାଣି ଜମି ରହିଥାଏ। ସେହି ପାଣି ଭିତରେ ରହି ବେଙ୍ଗ ମାନେ କେଁ କଟର ଶବ୍ଦ କରିଥାନ୍ତି।ଏବେ ଚାଷୀ ମାନେ ବିଲରେ ବିଭିନ୍ନ ଉନ୍ନତ ମାନର ରାସାୟନିକ ସାର, କୀଟନାଶକ ଔଷଧ ବ୍ୟବହାର କରୁ ଥିବାବେଳେ ପ୍ରାୟ ସବୁ ପରିବାର ଫିନାଇଲ, ସର୍ଫ, ସାବୁନ ବ୍ୟବହାର କରୁଛନ୍ତି। ଏଣୁ ଏହାର ବିଷ ପ୍ରଭାବ ରେ ଘରେ ରହୁଥିବା ଲୁଣି ବେଙ୍ଗ ଠାରୁ ଆରମ୍ଭ କରି ପୋଖରୀ ରେ ରହୁଥିବା ପାଣି ବେଙ୍ଗ, ଜୋର ଓ ନାଳ ରେ ରହୁଥିବା ବ୍ରାହ୍ମଣିଆଁ ବେଙ୍ଗ ସବୁ ଲୋପ ପାଇବାକୁ ବସିଲାଣି। ଏଣୁ ଏବେ ବର୍ଷା ଋତୁ ହୋଇଥିଲେ ମଧ୍ୟ ଗାଁ ଗଣ୍ଡା ରେ ଆଉ ଶୁଣିବାକୁ ମିଳୁନି ବେଙ୍ଗ ମାନଙ୍କ କେଁ କଟର ଶବ୍ଦ। ବେଙ୍ଗ ଗୋଟିଏ ଉଭୟଚର ପ୍ରାଣୀ। ଉଭୟ ଘରେ, ବାଡ଼ିରେ, ବିଭିନ୍ନ ପାଣି ଜମିଥିବା ସ୍ଥାନ ରେ ବେଙ୍ଗ ମାନଙ୍କୁ ଦେଖିବାକୁ ମିଳେ। ଏମାନେ ଅନିଷ୍ଠକାରୀ କୀଟପତଙ୍ଗ ମାନଙ୍କୁ ଖାଇ ପରିବେଶର ସୁରକ୍ଷା କରିଥାନ୍ତି। ଏବେ ଏମାନେ ଲୋପ ପାଇବାକୁ ବସିଲେଣି। ସମସ୍ତଙ୍କୁ ଚିନ୍ତା କରିବାର ସମୟ ଆସିଛି। ଯଦି ଆମେ ରାସାୟନିକ ସାର, କୀଟନାଶକ ଔଷଧ ବ୍ୟବହାର ଉପରେ ନିୟନ୍ତ୍ରଣ ନ ରଖିବା ତେବେ ସମୟ ଆସିବ ଆଉ ପରିବେଶର ବନ୍ଧୁ କୁହାଯାଉଥିବା ବେଙ୍ଗଙ୍କୁ ଦେଖିବାକୁ ପାଇବା ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!