ମୋ ବସରୁ ଲୁଟ୍ କରୁଥିବା ମହିଳା ଗ୍ୟାଙ୍ଗ ଗିରଫ।

ଭୁବନେଶ୍ୱର,୨୮।୭:ଭୁବନେଶ୍ୱରରେ ମୋ ବସରୁ ଲୁଟ୍ କରୁଥିବା ମହିଳା ଗ୍ୟାଙ୍ଗ ଗିରଫ। ଛତିଶଗଡ଼ର ୩ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ। ସେମାନଙ୍କ ନିକଟରୁ ୨୩ ହଜାର ଟଙ୍କା ଜବତ ହୋଇଛି। ଗିରଫ ମହିଳା ମାନେ ହେଲେ ଛାୟା ପାତ୍ର, ଲତା ସେଣ୍ଡେ ଓ ଉଜ୍ଜଳ ପତ୍ରୀ ହୋଇଥିବା ବେଳେ ସେମାନଙ୍କ ଘର ରାୟପୁର ଅଞ୍ଚଳରେ।ଜୋନ-୫ ଏସିପି ଗୌତମ କିଶନଙ୍କ ସୂଚନା ଅନୁସାରେ, ଗତ ୨୭ ତାରିଖ ଦିନ ଆଶ୍ରିତ ମହାରଣା ନାମକ ଜଣେ ବ୍ୟକ୍ତି ୨୫ ହଜାର ଟଙ୍କା ଚୋରିର ଶିକାର ହୋଇଥିବା ନୟାପଲ୍ଲି ଥାନାରେ ଅଭିଯୋଗ କରିଥିଲେ। ଆଶ୍ରିତ ମୋବସ୍‌ରୁ ଓହ୍ଲାଇବା ସମୟରେ କିଛି ମହିଳା ବସ୍‌ରେ ତାଙ୍କୁ ଘେରି ଯାଇଥିଲେ। ଆଶ୍ରିତ ବସ୍‌ ଭିତରୁ ବାହାରିବା ବେଳେ ସେ ମହିଳା ମାନେ କୌଶଳ କରି ତାଙ୍କ ବ୍ୟାଗରୁ ୨୫ ହଜାର ଟଙ୍କା ଚୋରିକରି ନେଇ ଯାଇଥିଲେ। ନୟାପଲ୍ଲି ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ବେଳେ ରାଜ୍ୟ ବାହାରର ଚୋରଙ୍କର ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନେ ଗୋଟିଏ ଗ୍ରୁପ୍ କରି ମୋ ବସରେ ଭିଡ଼ କରନ୍ତି। ଏହାର ଫାଇଦା ନେଇ ଯାତ୍ରୀଙ୍କର ମୋବାଇଲ ଓ ଟଙ୍କା ଧରି ଓହ୍ଲାଇ ଯାଆନ୍ତି। ଗିରଫ ହୋଇଥିବା ମହିଳା ମାନେ ତଦନ୍ତ ବେଳେ ପୁଲିସ ଆଗରେ ସବୁ ସତ ମାନିଛନ୍ତି। ଗିରଫ ୩ ମହିଳାଙ୍କ ନାଁରେ ପୂର୍ବରୁ କ’ଣ ମାମଲା ରହିଛି ଅଧିକ ଖୋଳତାଡ଼ କରୁଛି ନୟାପଲ୍ଲୀ ଥାନା ପୁଲିସ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!