ହୀରାକୁଦ ଜଳସ୍ତର ୬୧୮ ଫୁଟ୍‌ , ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ

ଭୁବନେଶ୍ୱର,୨୯।:ଆଜି ହୀରାକୁଦ ଡ଼୍ୟାମ ର ଜଳ ପତ୍ତନ ୬୧୮ ଫୁଟ ରହିଛି । ଏବେ ଡ଼୍ୟାମ ମଧ୍ୟକୁ ସେକେଣ୍ଡ କୁ ୨ ଲକ୍ଷ ୫୭ ହଜାର ୫୫ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୭ ହଜାର ୬୨୮ ଘନଫୁଟ ଜଳ ନିଷ୍କାସିତ ହେଉଛି ।ଫୁଲୁଛି ମହାନଦୀ। ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢୁଛି। ରବିବାରଠାରୁ ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମ୍ ରୁ ପାଣି ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ଜଳ ପତ୍ତନ ୬୧୮ ଫୁଟ୍ ରହିଛି। ଛତିଶଗଡ ପଟେ ପ୍ରବଳ ବର୍ଷା ହେଉଛି। ଯାହାଦ୍ଵାରା ହୀରାକୁଦ ଡ୍ୟାମରେ ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି। ପ୍ରତି ସେକେଣ୍ଡକୁ ୨ ଲକ୍ଷ ୫୭ ହଜାର ୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୭ ହଜାର ୬୨୮ କ୍ୟୁସେକ୍ ଜଳ।  ଅପରପକ୍ଷରେ ଫାଟକ ଖୋଲାଯିବା ପରେ ତଳମୁଣ୍ଡରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିଥିଲେ ମଧ୍ୟ ବନ୍ୟା ଆଶଙ୍କା ନଥିବା ସ୍ବତନ୍ତ୍ର ରିଲିଫ ଆୟୁକ୍ତ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ଏହାସତ୍ତ୍ବେ ମହାନଦୀ ଅବବାହିକାର ୯ଟି ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି। ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଅନୁଗୋଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲାପାଳଙ୍କୁ ସେ ସତର୍କ କରାଇଛନ୍ତି। ବନ୍ୟାଜଳ ପ୍ରବାହିତ ହେବା ସମୟରେ ନଦୀ ଭିତରକୁ ଲୋକଙ୍କୁ ନଯିବା ପାଇଁ ଓ ନଦୀପଠାକୁ ଗୋରୁଙ୍କୁ ନ ଛାଡ଼ିବା ପାଇଁ ସତର୍କ କରାଇବାକୁ ସେ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ଜିଲାପାଳଙ୍କୁ ଏସଆରସି ନିର୍ଦେଶ ଦେଇଛନ୍ତି।ଗତକାଲି ୨୦ଟି ଗେଟ୍‌ ଖୋଲାଯାଇଥିବା ବେଳେ ଅଧିକ ଗେଟ୍‌ ଖୋଲାଗଲେ ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ଦେଖା ଦେଇଛି। ଫଳରେ କଟକର ତଳି ଅଞ୍ଚଳ ବାଙ୍କୀ, ଆଠଗଡ଼ , ନରସିଂହପୁର, ବଡ଼ମ୍ବା ଆଦି ଅଞ୍ଚଳ ଜଳମଗ୍ନ ହୋଇପାରେ।ଏବେ ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲାଯାଉଥିବାରୁ ମୁଣ୍ଡଳୀ, ନରାଜ ଓ ଯୋବ୍ରାରେ କଣ୍ଟ୍ରୋଲ ରୁମ୍‌କୁ ଆକ୍ଟିଭ କରାଯାଇଛି। ଅଧିକାରୀମାନେ ଜଳସ୍ତର ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ପ୍ରତି ଦୁଇ ଘଣ୍ଟାରେ ଥରେ ବନ୍ୟାଜଳ ନିଷ୍କାସନ ସମ୍ପର୍କରେ ସରକାରଙ୍କୁ ଖବର ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!