ଭୁବନେଶ୍ୱର,୨୯।୭:ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବୋଲ ବମ୍ ନାରାରେ କମ୍ପୁଛି ବିଭିନ୍ନ ଶୈବ ପୀଠ । ମହାଦେବଙ୍କ ଜଳଲାଗି କରି ମନସ୍କାମନା ପୂରଣ ପାଇଁ ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏଥିମଧ୍ୟରେ କଟକ ନିଶ୍ଚିନ୍ତକୋଇଲିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସକାଳୁ ସକାଳୁ କାଉଡ଼ିଆଙ୍କ ଉପରେ ମାଡ଼ିଗଲା, ଜଣେ ମୃତ। ସାଲେପୁର ନିଶ୍ଟିନ୍ତକୋଇଲି ତହସିଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ବାବୁଜଙ୍ଗରୁ ୩୭ ଜଣ କାଉଡ଼ିଆ ମିଶି ପାଣି ନେଇ ପାଇକରାପୁର ଯାଉଥିବା ସମୟରେ ଏକ ଦ୍ରୁତଗାମୀ କାର୍ କଉଡିଆଙ୍କ ଉପରେ ମାଡି ଯାଇଥିଲା। ଫଳରେ ଜଣେ କାଉଡିଆଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକ ଏସ୍ସିବି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ଅଭିଯୁକ୍ତ କାର୍ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି।ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ କାଉଡ଼ିଆ ଆହତ ହୋଇଥିବା ଜଣାପଡ଼ିଛି ନିଶ୍ଚିନ୍ତକୋଇଲି ତହସିଲ ଛକ ବାବୁଜଙ୍ଗରୁ ପ୍ରାୟ ୩୭ ଜଣ କାଉଡ଼ିଆ ମିଶି ପାଣି ନେଇ ପାଇକରାପୁର ସିଦ୍ଧେଶ୍ୱର ମହାଦେବଙ୍କ ପାଖକୁ ଯାଉଥିଲେ । ସେହି ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଦୃତଗାମୀ କାର କାଉଡ଼ିଆଙ୍କ ନିକଟକୁ ମାଡ଼ି ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ । ଆହତଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ଏସସିବି ମେଡିକାଲୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ ମୃତ ମହିଳା କାଉଡ଼ିଆ ବସପଦା ଜହ୍ନିପୁରର ଚିନ୍ମୟୀ ବେହେରା ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ଅଭିଯୁକ୍ତ କାର ଡ୍ରାଇଭର ଜଣଙ୍କୁ ଅଟକ ରଖି ନିଶ୍ଚିନ୍ତକୋଇଲି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |