ପୁରୀ,୨୯।୭:ଶ୍ରୀଜଗନ୍ନାଥ ମନ୍ଦିର ଭିତର ଫଟୋ ରବିବାର ପୁଣି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଆନନ୍ଦ ବଜାରରେ ବସି ମହାପ୍ରସାଦ ଖାଉଥିବାର ଦୃଶ୍ୟ ସିଦ୍ଧାର୍ଥ ପାଣ୍ଡେ ନିଜ ଇନଷ୍ଟାଗ୍ରାମରେ ପ୍ରଘଟ କରିଛନ୍ତି। ସେଥିରେ ଭୋଗମଣ୍ଡପ ଘର ଏବଂ ଆନନ୍ଦ ବଜାରର ଭିଡିଓ ଦୃଶ୍ୟ ଉତ୍ତୋଳନ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ମୋବାଇଲ ଫୋନ୍ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ମନ୍ଦିରର ଚାରୋଟି ପ୍ରବେଶ ଦ୍ବାରରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରୁନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି। ପୁଣି ଶ୍ରୀମନ୍ଦିର ଭିତର ଫଟୋ ଏବଂ ଭିଡ଼ିଓ ଭାଇରାଲ୍। ମାସକ ମଧ୍ୟରେ ତୃତୀୟ ଥର ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସିଦ୍ଧାର୍ଥ ପାଣ୍ଡେ ନାମକ ଜଣେ ବ୍ୟକ୍ତି ଆନନ୍ଦ ବଜାରର ଫଟୋ ଏବଂ ମହାପ୍ରସାଦ ସେବନର ଭିଡ଼ିଓ ଉତ୍ତୋଳନ କରି ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହାକୁ ନେଇ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଶ୍ରୀମନ୍ଦିର ବାହାରେ ଓ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ବ୍ୟକ୍ତି ଜଣକ କିଭଳି ମନ୍ଦିର ଭିତରକୁ ମୋବାଇଲ ଫୋନ ନେଲେ ଏବଂ ଫଟୋ, ଭିଡ଼ିଓ ଉଠାଇଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନ୍ୟମାନେ। ତେବେ ଏହି ଫଟୋ ଏବଂ ଭିଡ଼ିଓ କେବେ ଉଠିଛି ତାହା ସ୍ପଷ୍ଟ ହୋଇନାହିଁ।ସେପଟେ ଶ୍ରୀମନ୍ଦିର ଭିତରେ ବାରମ୍ବାର ଏଭଳି ଫଟୋ ଏବଂ ଭିଡିଓ ଭାଇରାଲ ହେଉଥିବାରୁ ଏହାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ତୁରନ୍ତ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି। ଏଥିସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରୁଥିବା ସୁରକ୍ଷା କର୍ମୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମଧ୍ୟ ଦାବି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |