ଆସିଲା ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର,୨୯ା୭:ଭୁବନେଶ୍ୱରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଦେହରେ ଏକାଧିକ କ୍ଷତ ରହିଛି । ଟ୍ରେନ୍ ଆଗକୁ ଡେଇଁବା ପରେ କିଛି ବାଟ ଘୋଷାଡି ହେବା ପରେ କିଛି ସମୟ ପାଇଁ ବଞ୍ଚିଥିଲେ ମଧୁମିତା । ଏକାଧିକ କ୍ଷତ ପାଇଁ ପରେ ତାଙ୍କର ମୃତ୍ୟୁ ହୋଇଛି।ଗତ ବୁଧବାର ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ମଧୁମିତା। ସ୍ୱାମୀ ଶ୍ରୀଧର ଜେନାଙ୍କ ପରକୀୟା ପ୍ରିତିକୁ ନେଇ ମର୍ମାହତ ହୋଇ ଆତ୍ମହତ୍ୟା କରିଥିବା କଥା ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ କରି ସେୟାର କରିଥିଲେ। ଘଟଣାରେ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!