ଶିମିଳିପାଳରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର,୨୯ା୭ : ଶିମିଳିପାଳ ଅଭୟାରଣ୍ୟରେ ହେବ କଳାବାଘ ସଫାରୀ। ଦେଶର ପ୍ରଥମ କଳା ବାଘ ସଫାରୀ ପାଇଁ ସିଜେଡଏର ସବୁଜ ସଂକେତ ଦେଇଛି। ସଫାରୀର ଡିଜାଇନକୁ ଅନୁମୋଦନ ମିଳିଛି। ସପ୍ତାହେ ମଧ୍ୟରେ ଏହାକୁ ଚୂଡାନ୍ତ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି। ୨୦୨୪ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଏହି ସଫାରୀ ଖୋଲିବ। ୧୦୦ ହେକ୍ଟର ପରିବ୍ୟାପ୍ତ ଅଞ୍ଚଳରେ ହେବ ନୂଆ ସଫାରୀ।ଶିମିଳିପାଳରେ କଳାବାଘ ସଫାରୀ ପ୍ରକ୍ରିୟା ଆଉ ପାଦେ ଆଗେଇଲା। ସେଣ୍ଟ୍ରାଲ ଜୁ ଅଥରିଟି (CZA)ରୁ ମିଳିଲା ଅନୁମତି। ଏନଟିସିଏ ପରେ ସେଣ୍ଟ୍ରାଲ ଜୁ ଅଥରିଟିରୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ।ବାରିପଦାରୁ ୧୦କିମି ଦୂରରେ ୧୦୦ ଏକର ଜାଗାରେ ମଞ୍ଚିଆପଡାରେ କଳାବାଘ ସଫାରୀ ହେବ। ନନ୍ଦନକାନନରେ କଳା ଜିନ ଥିବା ବାଘକୁ ନେଇ ସେଠାରେ ଛଡାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ଯିବ। ସେଠାରେ ବାଘ ଙ୍କ ପାଇଁ ଏକ ହସ୍ପିଟାଲ ମଧ୍ୟ ତିଆରି ହେବ ବୋଲି କହିଛନ୍ତି ବନ୍ୟ ପ୍ରାଣୀ ପିସିସିଏଫ୍‌।ବାଘଙ୍କ ପାଇଁ ସୁରକ୍ଷିତ ନୀବାସ ହେଉଛି ଓଡ଼ିଶା। ହଜାର ହଜାର କିମି ଅତିକ୍ରମ କରି ଓଡ଼ିଶା ମୁଁହା ହେଉଛନ୍ତି ମହାବଳ ବାଘ। ୨୦୧୩ରେ ନନ୍ଦନକାନନକୁ ଆସିଥିବା ବାଘ ନନ୍ଦନ ସେଣ୍ଟ୍ରାଲ ଇଣ୍ଡିଆ ଲେଣ୍ଡସ୍କେପରୁ ଆସିଥିବା ଜେନେଟିକ ଷ୍ଟଡିରୁ ଜଣାପଡିଛି।ନିକଟ ଅତୀତରେ ଦୁଇଟି ବାଘ ସେଣ୍ଟ୍ରାଲ ଇଣ୍ଡିଆ ଲେଣ୍ଡ ସ୍କେପରୁ ଆସି ଓଡ଼ିଶାରେ ରହୁଛନ୍ତି। ରାଜ୍ୟରେ ବାଘ ସଂଖ୍ୟା ବଢୁଥିବା ବେଳେ ଏହା ଦ୍ୱାରା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!