ଭୁବନେଶ୍ୱର,୨୯।୭: ରାଜଧାନୀରେ ବିହାର ବନ୍ଧୁକ। କମିଶନରେଟ୍ ପୋଲିସ କବ୍ଜାରେ ବନ୍ଧୁକ ସପ୍ଲାଇ ଗ୍ୟାଙ୍ଗ, କ୍ରାଇମ ସିଣ୍ଡିକେଟ୍ ମୁଖ୍ୟ ରଶ୍ମି ସମେତ ୬ ଗିରଫ । ସୂଚନା ଅନୁସାରେ ବାଲିଅନ୍ତା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ର ରେଡ୍, ଜବତ ହେଲା ୬ଟି ବନ୍ଧୁକ । ‘ଟ୍ୱିନ୍ ସିଟି ସହ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସକ୍ରିୟ ଥିଲେ । ବିହାରରୁ ବନ୍ଧୁକ ଆଣୁଥିଲେ, ବିଭିନ୍ନ ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପର୍କ ଥିଲା । ମାର୍ଶାଘାଇ ଅପହରଣ ଓ ହତ୍ୟା, ଖୋର୍ଦ୍ଧା ଡ୍ରଗ୍ସ ବେପାରୀ ହତ୍ୟାରେ ସାମିଲ୍’ । ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ କହିଲେ ସିପି ।ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଥିଲା ମାର୍ଶାଘାଇର ରଶ୍ମିରଞ୍ଜନ ସ୍ୱାଇଁ। ରଶ୍ମିର ଅନ୍ୟ ସହଯୋଗୀ ମାନେ ହେଲେ ପାଟକୁରାର ଉତ୍କଳ କେଶରୀ ଖୁଣ୍ଟିଆ, ନିଆଳିର କୃଷ୍ଣଚନ୍ଦ୍ର ଜେନା, ଚୀରଞ୍ଜିବ ଜେନା, ମହମ୍ମଦ ସମସେର ଓ ଜଟଣୀର ଏସ୍.କେ.ଆଝାରୁଦ୍ଦିନ। ଏମାନଙ୍କ ଠାରୁ ୩ଟି ୭.୬୫ mm ସେମି ପିସ୍ତଲ ,ଗୋଟିଏ ରିଭଲଭର ଓ ଗୋଟିଏ ସିଙ୍ଗିଲ ରାଉଣ୍ଡ ବନ୍ଧୁକ, ୯ଟି ଜୀବନ୍ତ ଗୁଳି ଓ ବାଇକ ଜବତ ହୋଇଛି। ବନ୍ଧୁକ ମୁନରେ ଦାଦାବଟି, ବାଲିଘାଟ , ଜମି ପୋଜେସନ , ମୋରମ ଖଣି ଚୋରା ଚାଲାଣରେ ଏମାନଙ୍କ ସମ୍ପୃକ୍ତି ଥିଲା। ଏପରିକି ଗ୍ୟାଙ୍ଗଷ୍ଟର ମାନକୁ ଠାରୁ ସୁପାରି ନେଇ ଅନ୍ୟ ଗ୍ୟାଙ୍ଗ ଉପରେ ମଧ୍ୟ ଆକ୍ରମଣ କରିଛି ଏହି ଗ୍ୟାଙ୍ଗ । ଏମାନଙ୍କ ନାଁ ରେ ହତ୍ୟା , ଅପହରଣ ଭଳି ସଙ୍ଗୀନ ଅପରାଧିକ ମାମଲା ରହିଛି ।ମହମ୍ମଦ ଶମସେର କମିଶନରେଟ ପୋଲିସ ମୋଷ୍ଟ ୱାଣ୍ଟେଡ ଥିଲା। ଭୁବନେଶ୍ୱର ଓ ଜଟଣୀ ଅଞ୍ଚଳରେ ୮ ଟି ମାମଲା ରହିଛି। ଗତ ଜୁନ ମାସରେ ଖୋର୍ଦ୍ଧା ଜିଲ୍ଲାରେ ଜଣେ ଡ୍ରଗ୍ସ ଡିଲରକୁ ଗୁଳି ମାରି ହତ୍ୟା କରିଥିଲେ ଶମସେର। ସେହିଭଳି ଉତ୍କଳ କେଶରୀ ଖୁଣ୍ଟିଆ ନାମରେ ଭୁବନେଶ୍ୱର ଓ ମାର୍ଶାଘାଇ ରେ ସଙ୍ଗିନୀ ମାମଲା ରହିଛି। ୨୦୨୩ ମସିହାରର ମାର୍ଶାଘାଇ ଥାନା ଅଞ୍ଚଳରେ ଅନ୍ୟ ଏକ ଗ୍ୟାଙ୍ଗର ଜଣକୁ ଅପହରଣ କରି ହତ୍ୟା କରିଥିଲେ। ସେଥିରେ ଉତ୍କଳର ସମ୍ପୃକ୍ତି ଥିଲା। ଗ୍ୟାଙ୍ଗ ମୁଖିଆ ରଶ୍ମି ରଞ୍ଜନ ସ୍ବାଇଁ ନାମରେ ୫ଟି ଅପରାଧିକ ମାମଲା ରହିଛି ଏମାନଙ୍କ କ୍ରାଇମ ରେକର୍ଡ ଖୋଲତାଡ଼ କରିବା ପାଇଁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |