ନବରଙ୍ଗପୁର( ମିହିର ଶଙ୍କର ପାତ୍ର), ,୩୦ା୭:-ବର୍ଷାର ପ୍ରଥମ ଅସରା ଯେତେବେଳେ ଧରାପୃଷ୍ଠକୁ ସ୍ପର୍ଶ କରେ ସେତେ ବେଳେ ସ୍ଵତଃପୁତଃ ଭାବେ ପ୍ରାକୃତିକ ଭାବେ ସୃଷ୍ଟି ହୁଅନ୍ତି ଲାଲ ଟୁକୁ ଟୁକୁ ସାଧବ ବୋହୁ। ନିଜର ସୁନ୍ଦର ରୂପରେ ସମସ୍ତଙ୍କ ମନ ମୋହି ନେଇ ଥାନ୍ତି ସାଧବ ବୋହୂ । ଦିନ ଥିଲା ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଋତୁ ରେ ସାଧବ ବୋହୁ ବହୁଳ ଭାବରେ ଦେଖା ଯାଉଥିଲେ।କିନ୍ତୁ ଏବେ ଏହି ସାଧବ ବୋହୁ ମାନଙ୍କୁ ପ୍ରାୟତଃ ଆଉ ଦେଖିବାକୁ ମିଳୁନି । ବର୍ଷା ଋତୁରେ ନିଜ ଲାଲ ମଖ ମଲି ରୂପରେ ସମସ୍ତଙ୍କ ମନ ମୋହି ନିଅନ୍ତି ସାଧବ ବୋହୂ । ନାଲି ରଙ୍ଗ ଆବରଣରେ ସବୁଜ ଧରଣୀକୁ ଅଧିକ ଆକର୍ଷଣୀୟ କରନ୍ତି ଏମାନେ l ସାଧବବୋହୂକୁ ସୁଖ ଓ ସମୃଦ୍ଧିର ବାର୍ତ୍ତାବହ ବୋଲି ବିଶ୍ବାସ କରନ୍ତି ଚାଷୀକୂଳ। ମୌସୁମୀର ଆଗମନରେ ବର୍ଷାର ଧାରା ମାଟିକୁ ସ୍ପର୍ଶ କରିବା ପରେ ଧରଣୀ ରାଣୀର କୋଳରୁ ଆପେ ଆପେ ସୃଷ୍ଟି ହୋଇଥାନ୍ତି ଏହି ସାଧବବୋହୂ । ବର୍ଷା ଭିଜା ନରମ ମାଟିର ବାସନା ପାଇ ନାଲିରଙ୍ଗର ପସରା ଧରି ପଦାକୁ ଆସିଥାଏ ସାଧବବୋହୂ । ଏହି ସାଧବବୋହୁର ସୌନ୍ଦର୍ଯ୍ୟ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି ତାର ସମସ୍ତ ରଙ୍ଗକୁ ଢାଳି ଦେଇଛି ଏହି ସାଧବବୋହୂ ଉପରେ।ସାଧବ ଘରର ବୋହୁ ନାଲି ପାଟ ଶାଢ଼ୀ ପିନ୍ଧିବା ପରେ ଯେମିତି ସୁନ୍ଦର ଦେଖା ଯାଆନ୍ତି ସେମିତି ଅବିକଳ ସୁନ୍ଦର ଏହି ପୋକ ଦେଖା ଯାଉଥିବାରୁ ଏମାନଙ୍କୁ ମଧ୍ୟ ସାଧବ ବୋହୁ ବୋଲି କୁହାଯାଏ।କିନ୍ତୁ ବର୍ତ୍ତମାନ ସମୟରେ ଏହି ସାଧବ ବୋହୁ ପ୍ରାୟତଃ ଆଉ ଦେଖାଯାଉନାହାନ୍ତି । ଆଜିର ଆଧୁନିକ ଯୁଗରେ ମାତ୍ରାଧିକ ପରିମାଣର କୀଟନାଶକ ଓ ରାସାୟନିକ ସାରର ପ୍ରୟୋଗ, କଳ କାରଖାନାରୁ ନିର୍ଗତ ବିଭିନ୍ନ ରାସାୟନିକ ବର୍ଜ୍ୟବସ୍ତୁ, ଅସ୍ବାଭାବିକ ପରିବେଶ ପ୍ରଦୂଷଣ, ଅସନ୍ତୁଳିତ ପାଣିପାଗ ଯୋଗୁଁ ଏହି ସାଧବ ବୋହୂ ଲୋପ ପାଇବାକୁ ବସିଲାଣି।।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |